ହୃଦୟ ବିଦାରକ ଦୃଶ୍ୟ! ଘରୁ ଏକାଠି ଉଠିଲା ୮ଜଣ ସଦସ୍ୟଙ୍କ କୋକେଇ, ୮ ଜଣଙ୍କୁ ମୁଖାଗ୍ନୀ ଦେଲା ୪ ବର୍ଷର ଶିଶୁ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Accident

ନୂଆବର୍ଷ ସେମାନଙ୍କ ପାଇଁ ସୁଖଶାନ୍ତି ଏବଂ ସମୃଦ୍ଧି ଆଣିଦେବ ବୋଲି ସମସ୍ତେ ଆଶା କରିଥାନ୍ତି। ତେବେ, ସମସ୍ତଙ୍କ ଭାଗ୍ୟରେ ଏଭଳି ହୋଇନଥାଏ ବରଂ କେତେକଙ୍କ ପାଇଁ ଏହା ଦୁଃସ୍ବପ୍ନ ନେଇ ଆସିଥାଏ। ରାଜସ୍ଥାନର ଏକ ପରିବାର ପାଇଁ ଏହା ସତ୍ୟ ସାବ୍ୟସ୍ତ ହୋଇଛି। ନୂଆବର୍ଷରେ ସଡ଼କ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି।

Accident

ମିଳିଥିବା ସୂଚନା ଅନୁଯାଇ ଜୟପୁରର ସାମୋଦ ନିବାସୀ କୈଳାଶଚନ୍ଦ ଓ ସୁବାଲାଲଙ୍କ ପରିବାର ଜାନୁଆରି ୧ ତାରିଖ ଦିନ କୁଳଦେବୀଙ୍କ ଦର୍ଶନ ସାରି ନୂଆଗାଡ଼ିରେ ଘରକୁ ଫେରୁଥିଲେ। ତେବେ, ରାସ୍ତାରେ ସେମାନେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ଗାଡ଼ି ଏକ ମୋଟରସାଇକେଲକୁ ଧକ୍କା ଦେବା ସହିତ ଟ୍ରକ୍ ଭିତରେ ପଶିଯାଇଥିଲା।

Death

ଏହି ଦୁର୍ଘଟଣାରେ କୈଳାଶଚନ୍ଦ୍ରଙ୍କ ଦୁଇପୁଅ ବିଜୟ ଓ ଅଜୟ, ଝିଅ ରେଖା ଓ ବିଜୟଙ୍କ ସ୍ତ୍ରୀ ରାଧା ସମେତ ସୁବାଲାଲଙ୍କ ଦୁଇ ବୋହୂ ପୁନମ ଓ ଅନୁରାଧା, ନାତି ଆରବ ଓ ନାତୁଣୀ ନିକ୍କୁ ସହିତ ପଡ଼ୋଶୀ ଅରବିନ୍ଦଙ୍କର ମୃତ୍ୟୁ ଘଟିଥିଲା। ମୃତଶରୀର ଗୁଡ଼ିକ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶ୍ମଶାନରେ ୪ବର୍ଷ ଶିଶୁ ୮ଜଣଙ୍କୁ ମୁଖାଗ୍ନୀ ଦେବାର ଦୃଶ୍ୟ ଅତି ହୃଦୟବିଦାରକ ରହିଥିଲା।