୫ ବର୍ଷ ଯାଏଁ ଏକା ରହିବା ପରେ ଦ୍ବିତୀୟ ବିବାହ କଲେ ୭୧ ବର୍ଷୀୟ ବୃଦ୍ଧ, ବାପାଙ୍କର ଏହି ନିଷ୍ପତ୍ତିକୁ ନେଇ ଝିଅ କହିଲେ..

 
୫ ବର୍ଷ ଯାଏଁ ଏକା ରହିବା ପରେ ଦ୍ବିତୀୟ ବିବାହ କଲେ ୭୧ ବର୍ଷୀୟ ବୃଦ୍ଧ, ବାପାଙ୍କର ଏହି ନିଷ୍ପତ୍ତିକୁ ନେଇ ଝିଅ କହିଲେ..

ପ୍ରେମ ମଣିଷର ବଞ୍ଚିବାର ଆଧାର ଅଟେ। ପ୍ରେମ ଜାତି, ଧର୍ମ ,ବୟସ କିଛି ମାନେନା ବୋଲି କୁହା ଯାଇଥିବା ବେଳେ ଏହାକୁ ପ୍ରମାଣ କରିଛନ୍ତି ଏହି ବ୍ୟକ୍ତି। ଘଟଣା ଅନୁସାରେ ଏହି ୭୧ ବର୍ଷୀୟ ବୃଦ୍ଧ ଜଣକ ୫ ବର୍ଷ ଧରି ବିଧବା ହୋଇ ରହିବା ପରେ ପୁଣି ଜଣେ ବିଧବା ସ୍ତ୍ରୀ ଲୋକଙ୍କୁ ବିବାହ କରଛନ୍ତି। ତେବେ ମଜ଼ାଜର କଥା ହେଉଛି ଯେ ବୃଦ୍ଧଙ୍କ ଝିଅ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ସହ ଏହା ବିଷୟରେ ନିଜ ସୋସିଆଲ ମିଡିଆ ଅକାଉଣ୍ଟ ରେ ଏକ ଫୋଟୋ ଅପଲୋଡ଼ କରି ସମସ୍ତଙ୍କୁ ଜଣାଇଛନ୍ତି।

ଏହି ଝିଅ ନିଜର ବୃଦ୍ଧ ବାପାଙ୍କ ଦୂତୀୟ ବିବାହ ବିଷୟରେ ସାରା ଦୁନିଆ କୁ କହିଛନ୍ତି ଯେ, '୫ ବର୍ଷ ହେବ ବିଧବା ହୋଇ ରହିବା ପରେ ମୋ ୭୧ ବର୍ଷ ବୟସ୍କ ବାପା ଜଣେ ବିଧବାଙ୍କୁ ପୁନଃ ବିବାହ କରିଛନ୍ତି'।

ଏହି ପୋଷ୍ଟ କରିବା ପରେ ଏଥିରେ ଏପର୍ଯ୍ୟନ୍ତ ୨୪ ହଜାରରୁ ଅଧିକ ଲାଇକ ଏବଂ ଦୁଇ ହଜ଼ାର ରୁ ଅଧିକ ରି-ଟ୍ୱିଟ ଆସି ସାରିଲାଣି। ଏଥିସହ ଏହି ଫୋଟୋ ରେ ଶହ ଶହ ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି।  କିଛି ଉପଭୋକ୍ତା ଏହାକୁ ସମାଲୋଚନା କରୁଥିବାବେଳେ ଅନେକ ଲୋକ ଝିଅ ଟିକୁ ଏପରି ପୋଷ୍ଟ କରି ପାରିଥିବାରୁ ପ୍ରଶଂସା କରିଛନ୍ତି।

ସେହିପରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, 'ତୁମେ ବହୁତ ଭଲ କାମ କରୁଛ ଭଗବାନ ତୁମ ପିତା ଏବଂ ମାତାଙ୍କୁ ସମସ୍ତ ସୁଖ ଦିଅନ୍ତୁ'। ଅଦିତି ନାମକ ଏହି ଯୁବତୀ ଜଣକ ଏହି ଫୋଟୋ କୁ ଗତ ୨୬ ତାରିଖରେ ଟ୍ୱିଟର ରେ ପୋଷ୍ଟ କରିଥିଲେ ଏବଂ ଏହାପରେ ଏହି ଫୋଟୋ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।