ପୁଅ ଥାଉ ଥାଉ ବାପାଙ୍କ କୋକେଇ ଉଠେଇଲେ ୪ ଝିଅ, ପୂରା ଘଟଣା ଜାଣି ହେବେ ଦୁଃଖିତ, ଦେଖନ୍ତୁ ଭିଡିଓ

 
ପୁଅ ଥାଉ ଥାଉ ବାପାଙ୍କ କୋକେଇ ଉଠେଇଲେ ୪ ଝିଅ, ପୂରା ଘଟଣା ଜାଣି ହେବେ ଦୁଃଖିତ, ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶରେ ବର୍ତ୍ତମାନ କରୋନାର ଭୟାବହତା ସହିତ ବଢୁଥିବା ବେଳେ, ଅନେକ ପରିସ୍ଥିତି ଏମିତି ଆସୁଛି ଯେବେ ମଣିଷର ଶେଷ ମୁହୂର୍ତ୍ତରେ, ନିଜ ରକ୍ତ ସମ୍ପର୍କୀୟମାନେ ପାଖରେ ରହି ପାରୁନାହାନ୍ତି। କିନ୍ତୁ ଝାଂସି ଅଞ୍ଚଳରୁ ଆଉ ଏକ ପ୍ରକାର ମାମଲା ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ।

ଏହି ଘଟଣା ମୁତାବକ ଝାଂସି ବାସିନ୍ଧା ଗୋରେଲାଲ ସାହୁଙ୍କର ଶୁକ୍ରବାର ସକାଳେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହାପରେ ଖବର ପାଇ ତାଙ୍କର ସମସ୍ତ ଚାରି ଝିଅ ଶୋଭା, ସଂଗୀତା, ଲେଖାନି ଏବଂ ସ୍ୱାତୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ପିତାଙ୍କ ଅନ୍ତିମ ସଂସ୍କାରର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ଏପରିକି ଗୋରେଲାଲଙ୍କ ଅନ୍ତିମ ସଂସ୍କାର ଏବଂ ଶବଦାହ ମଧ୍ୟ ତାଙ୍କ ଝିଅ ମାନେ କରିଥିଲେ, ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି ଗୋରେଲାଲଙ୍କ ଏକ ପୁଅ ଥିଲେ ମଧ୍ୟ ଝିଅମାନେ ଶେଷ ରୀତିନୀତି ସମ୍ପର୍ଣ୍ଣ କରିଥିଲେ ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଥିଲା।

ତେବେ ଏହାକୁ ନେଇ ଗୋରେଲାଲଙ୍କ ଝିଅମାନେ ସ୍ପଷ୍ଟୀକରଣ ରଖିଥିଲେ। ପ୍ରକୃତରେ ଗୋରେଲାଲ ବଞ୍ଚିଥିବା ବେଳେ ତାଙ୍କ ପୁଅ ତାଙ୍କୁ ହତାଦର କରିବା ସହ ମାରପିଟ କରୁଥିଲେ। ଏଥିପାଇଁ ତାଙ୍କ ଝିଅମାନେ ହିଁ ଗୋରେଲାଲଙ୍କ ଦେଖା ଶୁଣା କରୁଥିଲେ। ତେବେ ଝିଅମାନେ ତାଙ୍କ ଭାଇ ଓ ଭାଉଜଙ୍କୁ ଶବ ପାଖକୁ ମଧ୍ୟ ଆସିବାକୁ ଦେଇନଥିବା ଖବର ଜାଣିବାକୁ ମିଳିଥିଲା।