ପ୍ରଖ୍ୟାତ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ, ୨୦୨୩ ରେ ପୃଥିବୀ କୁ ମାଡି ଆସିବ ମହା ବିପତ୍ତି, କରୋନା ଠାରୁ ମଧ୍ୟ ହେବ ଖରାପ ଅବସ୍ଥା

 
3rd world war

ଫ୍ରାନ୍ସର ଜ୍ୟୋତିର୍ବିଦ୍ 'ନିୟୁ ନୋସ୍ତ୍ରାଦମସ୍' ନିଜର ସଠିକ୍ ଭବିଷ୍ୟବାଣୀ ପାଇଁ ବେସ୍ ଚର୍ଚ୍ଚିତ ଅଟନ୍ତି। ତାଙ୍କର ପ୍ରକୃତ ନାମ କ୍ରେଗ୍‌ ହାମିଲ୍‌ଟନ୍‌ ପାର୍କର୍ ହୋଇଥିବା ବେଳେ ସେ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁକୁ ନେଇ ସେଠିକ୍ ଭବିଷ୍ୟବାଣୀ କରିଥିଲେ। ତେବେ, ବର୍ଷ ୨୦୨୩କୁ ନେଇ ସେ ଯାହା ଭବିଷ୍ୟବାଣୀ କରିଛନ୍ତି ତାହାକୁ ଶୁଣିବା ପରେ ଲୋକଙ୍କ ମନରେ ଛନକା ପସିଛି।

Craig parker

କ୍ରେଗ୍‌ କରିଥିବା ଭବିଷ୍ୟବାଣୀ ଅନୁଯାଇ ଚଳିତବର୍ଷ ହିଁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ଏହା ବ୍ୟତୀତ ତାଇୱାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ମଧ୍ୟ ଘଟିବ। ଏହି ଦୁର୍ଘଟଣା ହିଁ ବିଶ୍ୱଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ପଟେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଚୀନ୍‌ ଓ ତାଇୱାନ୍ ମଧ୍ୟରେ ବିବାଦ ଲାଗିରହିଛି।

World war

ଗୋଟିଏ ପଟେ ଋଷ ଏକା ଲଢ଼ୁଥିବା ବେଳେ ନାଟୋ, ଆମେରିକା ଓ କିଛି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରୁଛନ୍ତି। ସେହିଭଳି ଦୀର୍ଘବର୍ଷ ହେବ ତାଇୱାନ ନିଜକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ବିବେଚନା କରୁଥିବା ବେଳେ ଚୀନ ଏହାକୁ ନିଜ ଅଂଶ ବୋଲି କହୁଛି। ଆଗକୁ ଏହି କାରଣବଶତଃ ଚୀନ ବିଭିନ୍ନ ଖଣ୍ଡରେ ବିଭାଜିତ ହେବା ସହିତ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବ ବୋଲି କ୍ରେଗ୍‌ ଭବିଷ୍ୟବାଣୀ କରିଛନ୍ତି।