ଭାଇରାଲ ହେଉଛି ୩୭ ବର୍ଷ ତଳର ଖାଦ୍ୟ ବିଲ୍! ଦେଖନ୍ତୁ ସେତେବେଳେ କେତେ ଥିଲା ଏହାର ମୂଲ୍ୟ….

 
Resturant bill

ଆଜିର ସମୟରେ ଅନ୍ୟ ସବୁ ଜିନିଷ ସହିତ ଖାଦ୍ୟ ପଦାର୍ଥ ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଖାସ୍ କରି ଏକ ଭଲ ରେଷ୍ଟୁରାଣ୍ଟ ଭିତରକୁ ଖାଇବା ପାଇଁ ଗଲେ ଏହାର ବିଲ୍ ଦେଖିଲେ ମୁଣ୍ଡରେ ଚଡକ ପଡ଼ି ଯାଇଥାଏ। ତେବେ, ଆଜିଠାରୁ ୩୭ ବର୍ଷ ତଳର ଅର୍ଥାତ ୧୯୮୫ ମସିହାର ଏକ ଖାଦ୍ୟ ବିଲ୍ ଖୁବ ଭାଇରାଲ ହେଉଛି।

Paneer

 ଦିଲ୍ଲୀର ଲାଜପତ ନଗର ଅଞ୍ଚଳସ୍ଥିତ ଲଜିଜ ରେସ୍ତୋରାଁ ଓ ହୋଟେଲ ଦ୍ୱାରା ଏହି ବିଲଟିକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏଥିରେ ଗ୍ରାହକ ଜଣକ ସ୍ୟାହି ପନୀର୍, ଡ଼ାଲ୍  ମଖାନୀ, ରାଇତା ଏବଂ କିଛି ରୁଟି ଅର୍ଡର କରିଥିବା ଦେଖିବାକୁ ମିଳୁଛି। ତେବେ, ଏହାର ଟୋଟାଲ ବିଲ୍ ମାତ୍ର ୨୬ ଟଙ୍କା ଲେଖା ହୋଇଛି।

Bill

ସେତବେଳେ ମାତ୍ର ୨୬ ଟଙ୍କାରେ ଏଭଳି ପୁରା ମିଲ୍ ମିଳି ଯାଉଥିବା ବେଳେ ଏବେ ସେହି ଟଙ୍କାରେ ଏକ ଚିପ୍ସ ପ୍ୟାକେଟ୍ ମଧ୍ୟ ମିଳୁନାହିଁ। ପ୍ରକୃତରେ ୨୦୧୩ ଅଗଷ୍ଟ ୧୨ରେ ଏହି ପୋଷ୍ଟ କରାଯାଇଥିଲା। କିନ୍ତୁ, ଏବେ ଏହା ପୁଣିଥରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଏପର୍ଯ୍ୟନ୍ତ ସୁଦ୍ଧା ୧,୮୦୦ରୁ ଅଧିକ ଲାଇକ ଆସିଥିବା ବେଳେ ଏହାକୁ ୫୮୭ ଥର ସେୟାର କରାଯାଇଛି।