ସାରା ବିଶ୍ୱକୁ ମିଳିଲା ସତର୍କବାଣୀ! ବଢ଼ିବ ତାତି, ସୃଷ୍ଟି ହେବ ହାହାକାର, ଚଳିତବର୍ଷ ହେବ ସବୁଠାରୁ ଉତ୍ତପ୍ତ ବର୍ଷ, ଜାଣନ୍ତୁ ପୂରା ଖବର

 
Summer

ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ପକ୍ଷରୁ ମିଳିଲା ସତର୍କବାଣୀ। ଚଳିତବର୍ଷ ସବୁଠାରୁ ଅଧିକ ଉତପ୍ତ ବର୍ଷ ରହିବ ବୋଲି ଏହି ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଛି। ଆସନ୍ତା ମାସେ କିମ୍ବା ଦୁଇମାସ ମଧ୍ୟରେ ଏଲ୍ ନିନୋ ସକ୍ରିୟ ହେବା ସହିତ ଏପରି ଘଟିପାରେ ବୋଲି ଆଶଙ୍କା କରାଯାଉଛି।

Summer

ପ୍ରବଳ ତାତି ଏବଂ ଗରମ ସହିତ ସାରା ବିଶ୍ୱରେ ହାହାକାର ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଡବ୍ଲୁଏମଓ ସେକ୍ରେଟେରୀ ଜେନେରାଲ ପେଟେରି ତାଲସଙ୍କ କହିବା ଅନୁଯାଇ ଆଗାମୀ କିଛି ମାସ ମଧ୍ୟରେ ସାରା ବିଶ୍ୱ ଏଲ ନିନୋ ଦ୍ୱାରା କବଳିତ ହେବାକୁ ଯାଉଛି। ଗତ ଆଠ ବର୍ଷ ଧରି ଚାଲିଆସୁଥିବା ଟ୍ରିପଲ ଡିପ ଲା ନିନା ଅସ୍ଥାୟୀ ଭାବରେ ତାପମାତ୍ରା ବୃଦ୍ଧି ଉପରେ ବ୍ରେକ୍ ଲଗାଇଥିଲା।

El nino

କିନ୍ତୁ, ଆଗାମୀ ଦୁଇମାସ ମଧ୍ୟରେ ଏହା ଶେଷ ହେବାକୁ ଯାଉଛି। ଲା ନିନା ଶେଷ ହୋଇଯିବା ପରେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମଧ୍ୟରେ ଏଲ-ନିନୋ ଯୋଗୁ ସାଉଥ ଓସିଲିଏସନର ଅବସ୍ଥା ସୃଷ୍ଟି ହେବ। ଗତଥର ୨୦୧୬ରେ, ଏଲ-ନିନୋ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ସବୁଠାରୁ ଉତପ୍ତ ବର୍ଷ ପ୍ରମାଣିତ ହୋଇଥିଲା। ତେବେ, ଏଥର ୨୦୧୬ ମସିହାର ସମସ୍ତ ରେକର୍ଡ଼ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠର ତାପମାତ୍ରା ଟ୍ରପିକାଲ ଅଞ୍ଚଳରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ଅଧିକ ହେଲେ ଏଲ ନିନୋ ଅବସ୍ଥା ସୃଷ୍ଟି ହୋଇଥାଏ।