୫୦ ବର୍ଷୀୟ ମନ୍ଦିର ପୂଜକ ସହିତ ୨୦ ବର୍ଷୀୟା ଯୁବତୀ ଫେରାର୍, ବାହାରିଥିଲେ ବାହା ହେବାକୁ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Pujaka jubati

ଭଗବାନଙ୍କୁ ପୂଜା କରିବା ପାଇଁ ଝିଅ ଯାଉଥିଲା ମନ୍ଦିର କିନ୍ତୁ ପୂଜକ ସହ ହୋଇଗଲା ଫେରାର। କଥା ଶୁଣିବାକୁ ଅଜବ ଲାଗୁଥିଲେ ହେଁ ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ନଦୀଆନଗର ଗ୍ରାମରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ୫୦ ବର୍ଷୀୟ ଜଣେ ପୂଜକ ନିଜ ଠାରୁ ୩୦ ବର୍ଷ ସାନ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।

Eloped

ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ବସୁଦେବ ପ୍ରଧାନଙ୍କ ଝିଅ ରଞ୍ଜୁ(୨୦) ୭ ତାରିଖ ସନ୍ଧ୍ୟା ସମୟରୁ ଘରୁ ନିଖୋଜ ହୋଇଯାଇଥିଲେ। ଏଥିନେଇ ରଞ୍ଜୁଙ୍କ ପରିବାର ତରଫରୁ ୯ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା। ବହୁତ ଖୋଜା ଖୋଜି କରିବା ପରେ ଉକ୍ତ ଗ୍ରାମର ଶିବ ମନ୍ଦିରରେ ପୂଜକ ଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କାଦୋଦର ଗ୍ରାମର ରାଜେନ୍ଦ୍ର ଦେହୁରୀଙ୍କ (୫୦) ସହିତ ରଞ୍ଜୁ ଫେରାର ହୋଇ ଯାଇଥିବା ଜାଣିବାକୁ ମିଳିଥିଲା।

Priest

ରାଜେନ୍ଦ୍ର ବିବାହିତ ଏବଂ ତାଙ୍କର ତିନୋଟି ପୁଅ ଥିବା ଜାଣି ମଧ୍ୟ ରଞ୍ଜୁ ତାଙ୍କୁ ବାହା ହେବାପାଇଁ ଜିଦ୍ ଧରି ବସିଥିଲା। ଯୁବତୀ ଜଣକ ସାବାଳିକା ହୋଇଥିବାରୁ ଏଥିରେ ପୋଲିସ ଏବଂ ଝିଅର ପରିବାର ଲୋକେ କିଛି କରିପାରିନଥିଲେ। ରଞ୍ଜୁଙ୍କୁ ତାଙ୍କ ପରିବାର ଲୋକେ ବହୁତ ବୁଝାଇଥିଲେ ହେଁ ସେ ରାଜେନ୍ଦ୍ରଙ୍କୁ ବିବାହ କରିବା ନିଷ୍ପତ୍ତିରେ ଅଟଳ ରହିଥିଲେ। ତେବେ, ରାଜେନ୍ଦ୍ର ୧୦ ଦିନ ମଧ୍ୟରେ ରଞ୍ଜୁକୁ ରେଜିଷ୍ଟ୍ରି ବିବାହ କରିବ ବୋଲି ଏକ ରାଜିନାମାରେ ହସ୍ତାକ୍ଷର କରିଛନ୍ତି। ଅନ୍ୟପକ୍ଷରେ ପୂଜକ ଜଣକ କୌଣସି ଗୁଣିଗାରେଡ଼ି କରି ରଞ୍ଜୁକୁ ଫସାଇ ଦେଇଥିବା ଚର୍ଚ୍ଚା ହେଉଛି ଯାହାକୁ ରାଜେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି।