ମା’ର ଶବ ପାଖରେ ଉପାସରେ ୨ ଦିନ କାଟିଲା ଦେଢ଼ ମାସର ଶିଶୁ, କରୋନା ଭୟରେ କେହି ଛୁଇଁଲେନି, ଆଉ ତାପରେ..

 
ମା’ର ଶବ ପାଖରେ ଉପାସରେ ୨ ଦିନ କାଟିଲା ଦେଢ଼ ମାସର ଶିଶୁ, କରୋନା ଭୟରେ କେହି ଛୁଇଁଲେନି, ଆଉ ତାପରେ..

କରୋନା ରେ ମୃତ୍ୟୁ ବରଣ କରିଛି ମା, ହେଲେ ମା'ର ଶବ କୁ ଉଠେଇବା ତ ଦୂରର କଥା ପାଖରେ ୨ ଦିନ ଧରି ଭୋକ ଉପାସରେ ବସିଥିବା ଶିଶୁ କୁ ମଧ୍ୟ ଆଡ଼ ଆଖିରେ ଚାହୁଁ ନାହାଁନ୍ତି ଲୋକେ। ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପୁଣେର ପିମପିର ଛିଞ୍ଚିୱାଡା ଅଞ୍ଚଳରେ।

ଏହି ଘଟଣା ମୁତାବକ ପୁଣେର ପିମପିର ଛିଞ୍ଚିୱାଡା ଅଞ୍ଚଳର ଏକ ଘର ଭିତରୁ ଦୁଇ ଦିନ ହେବ ବନ୍ଦ ଥିବା ନେଇ ପଡୋଶୀ ଲୋକେ ପୋଲିସ କୁ ଜଣାଇଥିଲେ। ପୋଲିସ ଆସି ଉକ୍ତ ଘର କବାଟ ବଡେଇ ଥିବା ବେଳେ କେହି କବାଟ ନ ଖୋଲିବାରୁ ସନ୍ଦେହ ବଢିଥିଲା। ଏହାପରେ ଘର କବାଟ ଭାଙ୍ଗି ପୋଲିସ ଭିତରେ ଯାହା ଦୃଶ୍ୟ ଦେଖିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଥିଲା।

ଘର ଭିତରେ ଜଣେ ମହିଳା ମରି ପଡିଥିବା ବେଳେ ତାଙ୍କର ୧୮ ମାସର ଶିଶୁ ପାଖରେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତେବେ ପ୍ରାଥମିକ ତଦନ୍ତରୁ ଉକ୍ତ ମହିଳାଙ୍କର କରୋନା ସଂକ୍ରମଣ ହେତୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ,ତେବେ ତାଙ୍କର ମୃତ୍ୟୁ ୨ ଦିନ ହେବ ହେଲାଣି ବୋଲି ଜଣାପଡିଥିଲା। 

ତେବେ ୨ ଦିନ ହେବ ଉପାସ ଭୋକରେ ଥିଲା ଶିଶୁଟିକୁ କରୋନା ଭୟରେ କେହି ମଧ୍ୟ ଛୁଇଁନଥିଲେ। ଶେଷରେ କନଷ୍ଟେବଲ ଶୁଶିଲା ଗାଭାଲେ ଓ ରେଖା ୱାଜେ ଶିଶୁଟିକୁ ନିଜ ହେପାଜତକୁ ତାର ଦେଖାଶୁଣା କରିଥିଲେ। ଶିଶୁଟିର ସ୍ଥାନୀୟ ଡାକ୍ତରଖାନାରେ କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ଏହା ନେଗେଟିଭ ଆସିଛି। ତେବେ ମୃତ ମହିଳାଙ୍କ ସ୍ୱାମୀ ଉତ୍ତର ପ୍ରଦେଶରେ କାମ କରିବାକୁ ଯାଇଥିବାରୁ ସେ ଫେରିଲେ ତଦନ୍ତ ଅଧିକ ଆଗେଇବା ନେଇ ପୋଲିସ ସୂଚନା ଦେଇଛି।