ପେଟରେ ଦୀର୍ଘ ଦିନରୁ ହେଉଥିଲା ଯନ୍ତ୍ରଣା, ଅପରେସନ ପରେ ଯାହା ବାହାରିଲା ଡାକ୍ତର ବି ହୋଇଗଲେ ତାଜୁବ୍, ଜାଣନ୍ତୁ ପୂରା ଘଟଣା

 
Peta ru baharila cuti

ଅପରେସନ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରେ ଭୁଲ ବଶତଃ କିଛି ଛୋଟ ଛୋଟ ଜିନିଷ ଛାଡ଼ିଦେଉଥିବା କଥା ତ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ, ଲଖ୍ନୌ ସହରରେ ଜଣେ ଯୁବତୀଙ୍କ ପେଟରୁ ପ୍ରାୟ ୨ କେଜି ଓଜନର ଚୁଟି ବାହାରିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯୁବତୀଙ୍କ ପେଟରେ ଏତେ ପରିମାଣର ଚୁଟି କେଉଁଠାରୁ ଆସିଲା ତାହାକୁ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

Operation

ପ୍ରକୃତରେ ଡାକ୍ତରଙ୍କ କହିବା ଅନୁଯାଇ ଯୁବତୀ ଜଣକ ଦୀର୍ଘ ଦିନ ହେବ ଏକ ବିରଳ ରୋଗରେ ପୀଡିତ ଥିଲେ। ଯେଉଁଥିପାଇଁ ସେ ନିଜର ଚୁଟିକୁ ଖାଇ ଦେଉଥିଲେ। ଉତ୍ତରପ୍ରଦେଶର ବଳରାମପୁରରେ ରହୁଥିବା ଏହି ନାବାଳିକା କିଛି ଦିନ ତଳେ ପେଟରେ ଯନ୍ତ୍ରଣା ହେଉଥିବା କହିବା ସହିତ ବାନ୍ତି କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏଥିପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Removed hair ball

ଡାକ୍ତରଖାନାରେ ଏଣ୍ଡୋସ୍କୋପି କରାଯିବା ଦ୍ୱାରା ପେଟରେ ଚୁଟି ଗୁଡିକ ଗୋଲାକାର ଆକୃତିରେ ଗଚ୍ଛିତ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ପରେ ଅସ୍ତ୍ରୋପଚାର ସାହାଯ୍ୟରେ ଡାକ୍ତର ଏସ ଆର. ସମଦ ଓ ତାଙ୍କ ଟିମ ଯୁବତୀଙ୍କ ପେଟରୁ ପ୍ରାୟ ୨୦ ସେମିର ଚୁଟି ଗୁଚ୍ଛକୁ ବାହାରକୁ ବାହାର କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଝିଅଟି ଆରମ୍ଭରୁ ଟ୍ରାଇକୋବେଜୋର ନାମକ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ଯେଉଁଥିପାଇଁ ସେ ନିଜେ ନିଜ ଚୁଟି ଖାଇଦେଉଥିଲେ। ଚୁଟି ଗୁଡିକ ପେଟରେ ରହିବା ଫଳରେ ତାଙ୍କ କ୍ଷୁଦ୍ରାନ୍ତ୍ରକୁ ଖାଦ୍ୟ ଯାଉନଥିଲା। ଏହି କାରଣରୁ ଏହି ୧୭ ବର୍ଷୀୟା ଯୁବତୀଙ୍କର ୨ ବର୍ଷରେ ୩୨ କିଗ୍ରା ଓଜନ ହ୍ରାସ ପାଇଥିବା ଜଣାଯାଇଛି।