୨ କିଲୋ ଟମାଟୋ ପାଇଁ ବନ୍ଧା ପଡିଲେ ଦୁଇ ନାବାଳକ! ହାଟରେ ହେଲେ ହଟହଟା, ଜାଣନ୍ତୁ ପୁରା ମାମଲା….

 
Tomato

ଟମାଟୋ ପାଇଁ ବନ୍ଧକ ପଡିଲେ ନାବାଳକ। କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ହେଁ ପୁରା ସତ। ଏଭଳି ଘଟଣା ଅନ୍ୟ କୌଣସି ରାଜ୍ୟ ନୁହେଁ ବରଂ ଖୋଦ୍ କଟକ ଛତ୍ରବଜାରରେ ଦେଖିବାକୁ ମିଳିଛି। ତାହା ପୁଣି ମାତ୍ର ୨ କିଲୋ ଟମାଟୋ ପାଇଁ ବ୍ୟକ୍ତି ଜଣକ ଦୁଇ ଜଣ ନାବାଳକଙ୍କୁ ବନ୍ଧକ ପକାଇ ରଖିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଅଛି। ତେବେ, ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। 

Boy

ମିଳିଥିବା ସୂଚନା ଅନୁଯାଇ ଗତକାଲି ଜଣେ ବ୍ୟକ୍ତି ସାଙ୍ଗରେ ଦୁଇଜଣ ନାବାଳକଙ୍କୁ ଆଣି କଟକ ଛତ୍ରବଜାରକୁ ଟମାଟୋ କିଣିବାକୁ ଆସିଥିଲେ। ସେଠାରେ ୨ କିଲୋ ଟମାଟୋ ବାଛିବା ସହିତ ଅନ୍ୟ ପରିବା ଏବଂ କଦଳୀ ମଧ୍ୟ ନେଇଥିଲେ। ତେବେ, ଅଧିକ ଟମାଟୋ ବାଛିକି ରଖିଥାଅ ମୁଁ ଆସିଲେ ଆହୁରି ୧୦ କିଲୋ ନେବି କହି ଛୁ ମାରିଥିଲେ ଏହି ଠକ ବ୍ୟକ୍ତି। 

ଦୁଇଘଣ୍ଟା ପରେ ମଧ୍ୟ ବ୍ୟକ୍ତି ଜଣକ ନ ଆସିବାରୁ ଛାଡ଼ି ଯାଇଥିବା ନାବାଳକଙ୍କୁ ଏ ବିଷୟରେ ପଚରା ଯାଇଥିଲା। ପ୍ରକୃତରେ ନାବାଳକ ଦ୍ୱେୟ ସେହି ବ୍ୟକ୍ତିକୁ ଜାଣି ନ ଥିବା ଏବଂ ବ୍ୟକ୍ତି ଜଣକ ତାଙ୍କୁ ଏକ ଫ୍ରିଜ୍ ଲୋଡିଂ କରିବା ପାଇଁ ୩୦୦ ଟଙ୍କା ଲେଖାଏଁ ଦେବାକୁ ଚୁକ୍ତି କରିଥିବା ସେମାନେ କହିଥିଲେ। ତେବେ, ନାବାଳକଙ୍କ ପାରିଶ୍ରମିକ ଠକିବା ଏବଂ ମାତ୍ର ୨ କିଲୋ ଟମାଟୋ ପାଇଁ ଭୁବନେଶ୍ୱରରୁ କଟକ ଆସି ଏତେ ବଡ଼ ନାଟକ କରିବା ପଛରେ ଏହି ବ୍ୟକ୍ତିଙ୍କର କଣ ଉଦେଶ୍ୟ ରହିଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

ଆହୁରି ପଢ଼ନ୍ତୁ:- ଯେତେବେଳେ ପାକିସ୍ତାନକୁ ମାଟିରେ ମିଶେଇଦେବାକୁ ଧମକ ଦେଇଥିଲେ ଅଟଳ ବିହାରୀ ବାଜପେୟୀ, ତାପରେ କଣ ହେଇଥିଲା?