ଦେଖନ୍ତୁ ଭିଡ଼ିଓ: ଫିଲ୍ମ ଷ୍ଟାଇଲ ରେ ଲୁଚାଇ ରଖିଥିଲେ ସମ୍ପତ୍ତି, ପାଇପ ରୁ ବାହାରିଲା ପୁଳା ପୁଳା ଟଙ୍କା, ଧରାପଡିଲେ PWD ଜୁନିଅର ଇଞ୍ଜିନିୟର

 
15 lakhs recovered

ପୁରା ସିନେ ଷ୍ଟାଇଲରେ ଲୁଚାଇ ରଖିଥିଲେ କଳଧନ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପାଣି ପାଇପ ଲାଇନ ଭିତରେ ବାହାରିଲା ଲକ୍ଷ ଲକ୍ଷ ଟଙ୍କା। କର୍ଣ୍ଣାଟକର କଲାବୁର୍ଗୀରେ ଜଣେ ଜୁନିଅର ପିଡବ୍ଲୁଡ଼ି ଇଞ୍ଜିନିୟରଙ୍କ ଘରେ ଚଢ଼ାଉ ବେଳେ ଦୁର୍ନୀତି ନିବାରଣ ବ୍ୟୁରୋ ଅଧିକାରୀ ମାନେ ଏହି ଟଙ୍କା ଉଦ୍ଧାର କରିଥିଲେ। 

Raid

ମିଳିଥିବା ସୂଚନା ଅନୁଯାଇ ଆଜି କର୍ଣ୍ଣାଟକରେ ଏସିବି ଦ୍ୱାରା ଏକ ବଡ଼ ଧାରଣର ଚଢ଼ାଉ କରାଯାଇଥିଲା। ଏହାରି ଭିତରେ ଉକ୍ତ ଜୁନିଅର ଇଞ୍ଜିନିୟର ମଧ୍ୟ ଘରେ କଳା ଧନ ରଖିଥିବା ସୂଚନା ପାଇବା ପରେ ସେଠାରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘର ବାହାରେ ଥିବା ଏକ ପାଣି ପାଇପ ଭିତରୁ ପ୍ରାୟ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଦେଖନ୍ତୁ ଭିଡ଼ିଓ:-

କେବଳ ଏତିକି ନୁହେଁ ତାଙ୍କ ଘର ଭିତରୁ ଆହୁରି ନଗଦ ଟଙ୍କା ସହିତ ସୁନା, ରୂପା, ହୀରା ଅଳଙ୍କାର ସହିତ ସୁନା ବିସ୍କୁଟ ଜବତ ହୋଇଛି। ଏହି ସବୁର ଆନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏସିବିର ଜଣେ ବରିଷ୍ଠ ଅଧିକାରୀ ଏଥିନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ବ୍ୟକ୍ତିଙ୍କର ଘର ସହିତ ମୋଟ ୫ ଟି ଜାଗାରେ ଚଢ଼ାଉ କରାଯାଇଛି। ସମୟ ସହିତ ଆହୁରି କଳାଧନ ମିଳିବାର ସମ୍ଭାବନା ରହିଥିବା ସେ କହିଥିଲେ।