ଗମେଣ୍ଟ ପାୱାର କହି ପ୍ରାଇଭେଟ୍ ପିଲାଙ୍କ ମୁହଁ ବନ୍ଦ କରିଦେଇଥିବା ଏହି କୁନି ପିଲାଟିର ନୂଆ ଭିଡିଓ ଆସିଲା ସାମ୍ନାକୁ, ଦେଖନ୍ତୁ

 
Viral boy

"ତମ ଇସ୍କୁଲ୍ ଇସ୍କୁଲ୍, ଆମ ଇସ୍କୁଲ୍ କଣ ସ୍ୱିମିଙ୍ଗ ପୁଲ୍"। ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ କିଛି ଏହିପରି ଉତ୍ତର ଦେଇଥିଲେ କିଶାନ ବେହେରା। ମାତ୍ର ୧୦ ବର୍ଷ ବୟସର କିଶାନଙ୍କର କିଛିଦିନ ତଳେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ," ତମ ଇସ୍କୁଲ ଇସ୍କୁଲ, ଆମ ଇସ୍କୁଲ କଣ ସ୍ୱିମିଙ୍ଗ ପୁଲ? ଆମର ଗମେଣ୍ଟ ପାୱାର ସାରା ଓଡ଼ିଶା ବନ୍ଦ କରିଦେବୁ" ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା କିଛି ଛାତ୍ର ଛାତ୍ରୀ ଗଣମାଧ୍ୟମ ଆଗରେ ସରକାରୀ ବିଦ୍ୟାଳୟ ଓ ଏହାର ଗୁଣବତ୍ତାକୁ ନେଇ ପ୍ରଶ୍ନ କରିବା ପରେ ବିଭିନ୍ନ ମହଲରୁ ସେମାନଙ୍କୁ ଟ୍ରୋଲ୍ କରାଯାଇଥିଲା। ଏପରି ପରିସ୍ଥିତିରେ କିଶାନଙ୍କର ଏହି ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। 

Viral boy

ଭିଡ଼ିଓ ଭାଇରାଲ ହେବାପରେ କିଶାନଙ୍କୁ ଖୋଜି ଖୋଜି ଗଣମାଧ୍ୟମର ଏକ ଟିମ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠୋକର୍ ଗାଁରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ପ୍ରତିକ୍ରିୟାରେ କିଶାନଙ୍କ ପରିବାର ବର୍ଗ ଏବଂ ପଡୋଶୀ ତାଙ୍କୁ ନେଇ ଗର୍ବିତ ଥିବା କହିଛନ୍ତି। ଭବିଷ୍ୟତରେ ଭଲ ପାଠ ପଢିବା ସହ ଜଣେ ଅଭିନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କିଶାନ ଗଣମାଧ୍ୟମକୁ କହିଛନ୍ତି।