ଶୁକ୍ରଙ୍କ ଚଳନ ହେବାକୁ ଯାଉଛି ସିଂହ ରାଶିରେ, ଲାଭବାନ ହେବେ ଏହିସବୁ ରାଶି, ବଦଳିବ ଭାଗ୍ୟ
ବଦଳିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ଆପଣଙ୍କ ଭବିଷ୍ୟତ ନେଇପାରେ ଏକ ନିଆରା ମୋଡ଼। ଯାହା ସବୁ ସମ୍ଭବ ହେବ କେବଳ ଶୁକ୍ର ଗ୍ରହ ପାଇଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟ ପରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ଏହି ଗ୍ରହ ମାନଙ୍କର ଏପରି ରାଶି ପରିବର୍ତ୍ତନ ର ପ୍ରଭାବ କିଛି ରାସୀଙ୍କ ଉପରେ ନକାରାତ୍ମକ ହୋଇଥିବା ବେଳେ ଆଉ କିଛି ରାଶିର ଲୋକ ବେଶ୍ ଲାଭବାନ ହୋଇଥାନ୍ତି।
ତେବେ ଆସନ୍ତା ଦୁଇ ତାରିଖ ଠାରୁ ନିଜର ରାଶି ବଦଳାଇବାକୁ ଯାଉଛନ୍ତି ଶୁକ୍ର ଗ୍ରହ। ଆଗାମୀ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ସିଂହ ରାଶିରେ ଚଳନ କରିବେ। ଶୁକ୍ର ଗ୍ରହକୁ ଧନ, ପ୍ରେମ, ବିବାହ,ବୁଦ୍ଧି, ମାନସିକ ଶାନ୍ତିର ଦେବତା ଭାବେ ବିବେଚନା କରାଯାଏ। ଯଦି ଆପଣଙ୍କର ରାଶି ଶୁକ୍ର ଗ୍ରହ ଠାରୁ ଦୂରରେ ଥାଏ ତେବେ ଆପଣଙ୍କ ଜୀବନରେ ଏହି ସବୁ ଜିନିଷର ଅଭାବ ଦେଖା ଦେଇଥାଏ।
ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ଏହି ଚଳନରେ କେଉଁ ତିନୋଟି ରାଶି ବିଶେଷ ଉପକୃତ ହେବାକୁ ଯାଉଛି।
୧ - ମେଷ ରାଶି : ଅବିବାହିତ ରହିଥିବା ଲୋକଙ୍କର ବିବାହର ଯୋଗ ରହିଛି। ନୂଆ ପ୍ରେମ ସଂପର୍କ ଗଢ଼ିପାରେ ବା ପୁରୁଣା ପ୍ରେମ ସହିତ ପୁନଃ ସଂଯୋଗ ଘଟିପାରେ। ନିଯୁକ୍ତିର ସୁଯୋଗ ମଧ୍ୟ ରହିଛି। ବିଦେଶକୁ ଯାତ୍ରା କରି ପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
୨- ତୁଳା : ବିନିଯୋଗ କରିଥିବା ଅର୍ଥରୁ ଲାଭବାନ ହେବେ। ବ୍ୟବସାୟରେ ଉନ୍ନତି ଘଟିବ। ନୂତନ ଚାକିରୀ ସୁଯୋଗ ମିଳିପାରେ। ଅବିବାହିତଙ୍କ ପାଇଁ ବିଭିନ୍ନ ପ୍ରସ୍ତାବ ଆସି ପାରେ। ଜମିବାଡ଼ିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ।
୩- କୁମ୍ଭ ରାଶି : ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକେ ହୋଇଯିବେ ମାଲାମାଲ୍। ଭାଗ୍ୟ ଓ ଭଗବାନ ଦୁହେଁ ତାଙ୍କର ଷଷ୍ଠ ଦେବା ଏହି ସମୟ ମଧ୍ୟରେ।ଆର୍ଥିକ ଉନ୍ନତି ଘଟିବ। ପାରିବାରିକ ଓ ସାମାଜିକ ସୁଖଶାନ୍ତି ଲାଗି ରହିବ।