ପଡ଼ିବାକୁ ଯାଉଛି ତ୍ରିଗ୍ରହ ଯୋଗ, ବୁଧଙ୍କର ପ୍ରବେଶ ହେବ କନ୍ୟା ରାଶିରେ, ବଦଳି ଯିବ ଏହି ୩ଟି ରାଶିର ଲୋକଙ୍କ ଭାଗ୍ୟ

 
Rashi

ପଡ଼ିବାକୁ ଯାଉଛି ତ୍ରିଗ୍ରହି ଯୋଗ। ଯାହାର ପ୍ରଭାବ ବିଶେଷ କରି ତିନୋଟି ଗ୍ରହ ଉପରେ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନେ ନିଜର ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି। ଏହି ପରିବର୍ତ୍ତନ ସମୟରେ ବିଭିନ୍ନ ଯୋଗ ସୃଷ୍ଟି ହୋଇଥାଏ। ଏହି ଯୋଗର ପ୍ରଭାବ କିଛି ରାଶି ମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କିଛି ରାଶି ଉପରେ ନକରାତ୍ମକ ପ୍ରଭାବ ପକାଇ ଥାଏ।

ଫ୍ଟୀ

ତେବେ ଆଗାମୀ ଅକ୍ଟୋବର ୧ ରୁ ପଡ଼ିବାକୁ ଯାଉଛି ତ୍ରିଗ୍ରହି ଯୋଗ। ଏପରି ଯୋଗ ବୁଧ ଗ୍ରହର ସ୍ଥାନ ପରିବର୍ତ୍ତନ ହେତୁ ସୃଷ୍ଟି ହୋଇଛି। ଏହି ସମୟରେ ବୁଧ ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବେ। ଯାହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ରହିଥିବା ବେଳେ ତିନୋଟି ବିଶେଷ ରାଶି ଉପରେ ବୁଧଙ୍କର ବିଶେଷ ଆଶୀର୍ବାଦ ରହିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ତିନୋଟି ରାଶି।

୧- ମକର : ଏହି ରାଶିର ଲୋକ ମାନଙ୍କ ପାଇଁ ତ୍ରିଗ୍ରହି ଯୋଗ ବେଶ୍ ଫଳପ୍ରଦ ରହିବ। ଭାଗ୍ୟ ଓ ଭବିଷ୍ୟତରେ ଖୁସିର ବାର୍ତ୍ତା ଆସିବ। ଶୁଭ କାର୍ଯ୍ୟରେ ଯୋଗ ଦେବେ, ବ୍ୟବସାୟ ରେ ଲାଭବାନ ହେବେ।

୨- କନ୍ୟା : ଏହି ରାଶିର ଲୋକ ମାନଙ୍କର ସକରାତ୍ମକ ଚିନ୍ତାଧାରାରେ ଉନ୍ନତି ଘଟିବ। ଆତ୍ମ ବିଶ୍ୱାସ ଓ ସାହସର ସହିତ ସମସ୍ତ କାର୍ଯ୍ୟକୁ ସମାପନ କରିବେ। ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ ରହିବ। ପାରିବାରିକ ଓ ସାମାଜିକ ଜୀବନରେ ଖୁସି ପାଇବେ।

୩- ଧନୁ : ତ୍ରିଗ୍ରହୀ ଯୋଗ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ସକାରାତ୍ମକ ଫଳ ଆଣିବ। ଏହି ସମୟରେ ଆୟ ବୃଦ୍ଧି ହେବା ସହ ପୁଣି ଖରାପ କାମ ଆରମ୍ଭ ହେବ। ଆୟରେ ବୃଦ୍ଧି ଘଟିବ। ପଦ ଉନ୍ନତି ହେବ। ଆର୍ଥିକ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।