ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସୃଷ୍ଟି ହେବାକୁ ଯାଉଛି ୪୧ ବର୍ଷ ପୂର୍ବର ଏହି ଦୁର୍ଲଭ ଯୋଗ, ଲାଭ ହେବ ଏହି ରାଶିର ଲୋକଙ୍କୁ
ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁୟାରୀ ୨୨ ପୌଷ ଶୁକ୍ଲ କୁର୍ମ ଦ୍ଵାଦଶୀ ତଥା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବିକ୍ରମ ସମ୍ବତ ୨୦୮୦ ଦ୍ଵି ପ୍ରହର ୧୨ ଟା ୧୫ ରୁ ୧୨ ଟା ୪୫ ଭିତରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ଏକ ପବିତ୍ର ଦିବସରେ ଅନେକ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏହି ଦିନ ସ୍ବାର୍ଥ ସିଦ୍ଧି , ଅମୃତ ସିଦ୍ଧି , ରବି ସିଦ୍ଧି ଆଦି ଯୋଗ ସୃଷ୍ଟି ହେବ ।
Follow our WhatsApp channel and get all the Latest news
ଏହି ଦିନର ଶୋଭାକୁ ଦ୍ଵୀଗୁଣିତ କରିବ ମୃଗ ଶିରା ନକ୍ଷତ୍ରର ଅବସ୍ଥିତି । ଆହୁରି ମଧ୍ୟ ଚନ୍ଦ୍ରମା ନିଜର ରାଶି ବୃଷଭରେ ରହିବେ । ଏବଂ ଏହି ଦିନରେ ସବୁଠାରୁ ବିରଳ ହେବ ବିଷ୍ଣୁ ଯୋଗ ମୁହୂର୍ତ୍ତ । ଯାହା କି ୧୨ ଟି ରାଶିର ଲୋକଙ୍କ ଜୀବନରେ କିଛି ଏଭଳି ପ୍ରଭାବ ପକାଇବାକୁ ଯାଉଛି ।
ମେଷ ରାଶି :
ମେଷ ରାଶିର ଲୋକ ମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭଙ୍କର ରହିବ । ମାର୍ଚ୍ଚ ୨୧ରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ଆପଣଙ୍କ ରାଶିରେ ଏହି ଯୋଗର ପ୍ରଭାବ ଦେଖିବାକୁ ମିଳିବ । କ୍ୟାରିଅରରେ ସଫଳ ହେବେ ।
ବୃଷ ରାଶି :
୨୦ ଏପ୍ରିଲ ରୁ ୨୦ ମଇ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଲାଭବାନ ହେବେ । ଗୃହସ୍ଥି ଜୀବନ ଭଲରେ କଟିବ ।
ମିଥୁନ ରାଶି :
ଧାର୍ମିକ କାର୍ଯ୍ୟରେ ମନ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ନୂତନ ନିଯୁକ୍ତି ମିଳିପାରେ ।
କର୍କଟ ରାଶି :
ପାରିବାରିକ ଓ ସାମାଜିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ । ପଦୋର୍ନ୍ନତି ହୋଇପାରେ । ନୂତନ ସଂପର୍କରେ ବାନ୍ଧି ହୋଇ ପାରନ୍ତି ।
ସିଂହ ରାଶି :
କୌଣସି ଶୁଭ ଖବର ମିଳିପାରେ । ସମାଜରେ ସମ୍ମାନ ବଢିବ । ବିଭିନ୍ନ ମାଧ୍ୟମରୁ ଧନ ଉପାର୍ଜନ କରିବେ । ଅଟକି ଥିବା ଧନକୁ ଫେରି ପାଇବେ ।
କନ୍ୟା ରାଶି :
ଶରୀର ସୁସ୍ଥ ରହିବ । ବନ୍ଧୁ ମାନଙ୍କ ସହିତ ସମ୍ପର୍କ ଭଲରେ କଟିବ । ଦୀର୍ଘ ଦିନର ଚିନ୍ତା ଦୂର ହୋଇପାରେ । ପ୍ରେମରେ ପଡ଼ି ପାରନ୍ତି ।
ତୁଳା ରାଶି :
ଜୀବନରେ ଏକ ସକାରତ୍ମକ ପରିବର୍ତ୍ତନ ଦେଖା ଦେବ । ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବେ । ଉନ୍ନତିର ପଥରେ ଅଗ୍ରସର ହେବେ । ପରିବାର ଲୋକଙ୍କ ଠାରୁ ସମ୍ପୂର୍ଣ ସହଯୋଗ ମିଳିବ ।
ବିଛା ରାଶି :
ଆଧ୍ୟାତ୍ମିକ ଦିଗରେ ମନ ନିବେଶ ହେବ । ସୁଖ ଶାନ୍ତି ଲାଗି ରହିବ । ଅଟକି ଥିବା କାମ ସମ୍ପୂର୍ଣ ହେବ । ଖୁସି ଖବର ପାଇ ପାରନ୍ତି ।
ଧନୁ ରାଶି :
ପ୍ରେମ ଜୀବନରେ ସୁଧାର ଆସିବ । ବ୍ୟବସାୟରେ ଲାଭବାନ ହେବେ । ଯୁବ ଓ ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ରହିଛି ।
ମକର ରାଶି :
ଗ୍ରହ ମାନଙ୍କର ଶୁଭ ପ୍ରଭାବ ପାଇଁ ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ପରିବାରରେ ଶୁଭ କାର୍ଯ୍ୟକ୍ରମ ହୋଇପାରେ । ସନ୍ତାନ ସନ୍ତତିର ସୁଖ ପାଇ ପାରନ୍ତି ।
କୁମ୍ଭ ରାଶି :
ଉଦ୍ୟୋଗପତିମାନଙ୍କୁ ଲାଭ ମିଳିବ । ବ୍ୟାପାରୀ ମାନେ କର୍ଜ ରୁ ମୁକ୍ତି ପାଇବେ । ନିବେଶ ପାଇଁ ଏହି ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ରହିଛି । ଆପଣଙ୍କ ବନ୍ଧୁଙ୍କ ଠାରୁ କିଛି ଉପହାର ପାଇ ପାରନ୍ତି ।
ମୀନ ରାଶି :
ଭାଗ୍ୟ ଆପଣଙ୍କର ସାଥ ଦେବ । ଭୌତିକ ସୁଖରେ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଆପଣ ନୂଆ ସମ୍ପତ୍ତି କିମ୍ବା ଗାଡ଼ି ମଧ୍ୟ କିଣିବାର ସୁଯୋଗ ପାଇବେ ।