ଧନତେରସରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ, ମା ଲକ୍ଷ୍ମୀ କରିବେ ଧନ ବର୍ଷା

 
ଧନତେରସ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳନ କରାଯାଏ । ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା' ଲକ୍ଷ୍ମୀ ଓ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରନ୍ତି । ତେବେ ଧନତେରାସ ପୂର୍ବରୁ ମା' ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ରାଶିଙ୍କ ଭାଗ୍ୟରେ ଆସୁଛି ବଡ଼ ପରିବର୍ତ୍ତନ । ଏହି ରାଶିର ବ୍ୟକ୍ତିଙ୍କ ଦୂର ହେବ ଅର୍ଥ ସମସ୍ୟା। ତେବେ କେଉଁ ରାଶି ଉପରେ ମା'ଙ୍କ କରୁଣା ବୃଷ୍ଟି ହେବ ଜାଣନ୍ତୁ।

ମେଷ: ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ରାଶିଙ୍କ ଭାଗ୍ୟରେ ଧନପ୍ରାପ୍ତିର ସଂକେତ ରହିଛି । ଏକ ବଡ଼ କାର୍ଯ୍ୟର ଅୟମାରମ୍ଭ କରିବେ, ଏହାସହ ସେଥିରେ ସଫଳତା ମଧ୍ୟ ହାସଲ କରିବେ । ନିଜ ପିତାମାତାଙ୍କ ଖୁସି ପାଇଁ ସେମାନଙ୍କୁ ବିଦେଶ ବୁଲାଇବାକୁ ନେଇପାରନ୍ତି । ନୂତନ ଚାକିରିର ରାସ୍ତା ଉଜ୍ଜଳ ରହିଛି । କ୍ୟାରିୟରରେ ଅଗ୍ରଗତି ହେବ । ଆୟ ବୃଦ୍ଧିରେ କୌଣସି ପ୍ରତିବନ୍ଧ ଆପଣଙ୍କ ପାଖ ମାଡିବ ନାହିଁ । ଏକ ନୂତନ ଘର କିମ୍ବା କାର କିଣିବେ । ଏଥିପାଇଁ ନିଜ ସମ୍ପର୍କିୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । 

ମିଥୁନ:ଧନତେରାସ ପୂର୍ବରୁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଘଟିବ । କରଜ ଦେଇଥିବା ଟଙ୍କା ଆପଣଙ୍କ ହାତକୁ ଫେରିବ । ଘର ତୋଳିବା ପାଇଁ ଯୋଜନା କରିବେ । ଏଥିପାଇଁ ବ୍ୟାଙ୍କରୁ ଋଣ ମିଳିବାରେ ସହଜ ହେବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ଆପଣଙ୍କୁ ଆକଷ୍ମିକ ଧନ ପ୍ରାପ୍ତ ହେବ । ପରିବାର କିମ୍ବା ସାଙ୍ଗମାଥୀମାନଙ୍କ ପାଖରୁ ଏକ ମୂଲ୍ୟବାନ ଉପହାର ପାଇପାରନ୍ତି । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇବେ ।

ସିଂହ: ଧାର, କରଜ ଋଣ ମୁକ୍ତ ହେବେ । ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଆୟ ବୃଦ୍ଧି ଘଟିବ । ବ୍ୟବସାୟରେ ନୂତନ ଉତ୍ସ ସୃଷ୍ଟି ହେବ । ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ଘଟିବ । ମୋଟା ଅଙ୍କର ବୋନସ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ଏକ ଲଟେରୀରୁ ଲାଭବାନ ହୋଇପାରନ୍ତି । ସରକାରୀ ସ୍ତରରୁ ଲାଭବାନ ହେବେ । ନୂତନ ଚାକିରି ସୁଯୋଗ ଉପଲବ୍ଧ ହୋଇପାରେ ।

ତୁଳା: ଆପଣଙ୍କ ରାଶିରେ ଗ୍ରହ ଚଳନ ଦୃଢ଼ ରହିଥିବାରୁ ଆମଣ ଶକ୍ତିଶାଳୀ ଅନୁଭବ କରିବେ । ଧନତେରାସରେ ନୂତନ ବ୍ୟବସାୟ ଆରମ୍ଭ କରିବେ । ଧନତେରାସ ପୂର୍ବରୁ ଆପଣଙ୍କୁ ଏକ ମୂଲ୍ୟବାନ ଧାତୁ ମିଳିପାରେ । ଋଣ ଦେଇଥିବା ଟଙ୍କା ସହଜରେ ଆପଣଙ୍କ ପକେଟକୁ ଫେରିବ । ଆପଣଙ୍କ ଗୃହରେ ପୂର୍ବ-ଦକ୍ଷିଣ ଦିଗରେ ରହୁଥିବା କୌଣସି ବନ୍ଧୁଙ୍କ ସହାୟତା ପାଇ ଆଗକୁ ବଢ଼ିବେ । ବ୍ୟବସାୟରେ କରାଯାଇଥିବା ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବ।