ଏଥର ଚନ୍ଦ୍ର ଗ୍ରହଣରେ ଏହି ରାଶି ଉପରେ ରହିଛି ବଡ଼ ବିପତ୍ତି, ପଡ଼ିବ ସର୍ବାଧିକ ପ୍ରଭାବ

 
Lunar eclipse horoscope

ଅକ୍ଟୋବର ୨୮ ରେ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଚଳିତ ବର୍ଷ ଅକ୍ଟୋବର ୨୮ ରେ ପାଳିତ ହେବାକୁ ଯାଉଛି କୁମାର ପୂର୍ଣ୍ଣିମା। ଯେଉଁଦିନ ଏହି ଚନ୍ଦ୍ର ଗ୍ରହଣ ଲାଗିବ। ଏହା କୁମାର ପୂର୍ଣ୍ଣିମାରେ ପଡୁ ଥିବାରୁ ଲୋକ ମାନଙ୍କ ମନରେ ଏ ନେଇ ଅନେକ ଦ୍ଵନ୍ଦ ରହିଛି । କାରଣ ଏହି ଦିନ ବିଶେଷ କରି ଚନ୍ଦ୍ରମା କୁ ପୂଜା କରା ଯାଇଥାଏ । ତେବେ ଯଦି ଚନ୍ଦ୍ରମାରେ ଗ୍ରହଣ ଲାଗିବ ଚନ୍ଦ୍ରମା ସେ ଦିନ ପୂଜା ପାଇବେ କି ନାହିଁ। ଯଦି ପୂଜା ପାଇବେ ତେବେ କେଉଁ ସମୟ ଓ କେତେବେଳେ ପୂଜା ପାଇବେ,ଏ ନେଇ ଉଠୁଛି ଅନେକ ପ୍ରଶ୍ନ।

ସି

ଏହି ଚନ୍ଦ୍ର ଗ୍ରହଣ ରାତ୍ରି ୧୧ଟା ୩୨ରୁ ରାତ୍ରି ୩ ଟା ୫୬ ପର୍ଯ୍ୟନ୍ତ ରହିବ। ପାକ ନିଷେଧ ଦିନ ୨ଟା ୩୨ ମିନିଟ୍ ଠାରୁ ଆରମ୍ଭ ହେବ। ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରକାରର ରହିବ । ଜ୍ୟୋତିର୍ବିଦ ମାନଙ୍କ କହିବା ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ଟି ମେଷ ରାଶିରେ ଲାଗିବାକୁ ଯାଉଛି । ଯେଉଁଥି ପାଇଁ ଏହାର ପ୍ରଭାବ ମେଷ ରାଶି ଉପରେ ସର୍ବାଧିକ ରହିବ।

ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ଚନ୍ଦ୍ର ଗ୍ରହଣ କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ ଓ ବିଶେଷ କରି ମେଶ ରାଶି ଉପରେ ଏହାର ପ୍ରଭାବ କିପରି ରହିବ । ଗଣନା ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ମେଷ ରାଶି ଉପରେ ଭଲ ରହିବ ନାହିଁ। ସେମାନଙ୍କୁ ଆର୍ଥିକ ସମସ୍ୟା ଓ ଶାରିରୀକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

Meesha

ମେଷ ରାଶି : 

ଆୟ ଅନୁସାରେ ବ୍ୟୟ ବଢିବ। କର୍ମ୍ କ୍ଷେତ୍ରରେ ଓ ପରିବାରରେ ଅଶାନ୍ତି ଦେଖା ଦେଇପାରେ । କୌଣସି ଏକ ବଡ଼ ଅସୁବିଧାର ସାମ୍ନା କରି ପାରନ୍ତି । ଚିନ୍ତାରେ ରହି ପାରନ୍ତି। କଳହର ସମ୍ମୁଖୀନ ହୋଇ ପାରନ୍ତି । ଅର୍ଥ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏପରି ପରିସ୍ଥିତି ପ୍ରାୟ ୧ ମାସ ଧରି ରହିପାରେ ।

ଗଣଣା ଅନୁସାରେ ଏହି ରାଶିର ଲୋକ ମାନେ ଶାରିରୀକ ସମସ୍ୟାର ସାମ୍ନା କରି ପାରନ୍ତି । ଆଖି ଓ ପେଟ ସହ ଜଡ଼ିତ ସମସ୍ୟା ଦେଖା ଦେଇପାରେ । ରୋଗରେ ପଡି ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପୁରୁଣା ରୋଗ ବାହାରି ପାରେ ।