ଲାଗିବାକୁ ଯାଇଛି ବର୍ଷର ଶେଷ ସୂର୍ଯ୍ୟପରାଗ, ବଦଳାଇବ ଆପଣଙ୍କ ଭାଗ୍ୟ, ଏହି ୫ଟି ରାଶିକୁ ମିଳିବ ଶୁଭଫଳ

 
Suryaparag

ଲାଗିବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ। ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗକୁ ସାଧାରଣତଃ ଅଶୁଭ ବୋଲି ମନେ କରା ଯାଇଥାଏ। କେବଳ ଧାର୍ମିକ ଦୃଷ୍ଟି କୋଣରୁ ନୁହେଁ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏହାର କୁ ପ୍ରଭାବ ରହିଛି। ଯାହା ସ୍ବାସ୍ଥ୍ୟ, ଖାଦ୍ୟ ପେୟ ଓ ଜଳ ଆଦିରେ ବିଶେଷ ଭାବେ ଦେଖା ଦେଇଥାଏ।ତେଣୁ କରି ସୂର୍ଯ୍ୟ ପରାଗ ଲାଗିବାର କିଛି ସମୟ ପୂର୍ବରୁ ପାକ ନିଷେଧ କରାଯାଇଥାଏ।

ଗ୍ଭ

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ କିଛି ରାଶିର ଲୋକଙ୍କ ଜୀବନରେ ଅତ୍ୟନ୍ତ ଲାଭଦାୟକ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନଙ୍କ ପାଇଁ ବର୍ଷର ଏହି ଦ୍ଵିତୀୟ ଓ ଶେଷ ସୂର୍ଯ୍ୟ ପରାଗ ଭାଗ୍ୟ ବଦଳାଇଦେବ।

୧ - ବିଛା ରାଶି :

ଧନ ପ୍ରାପ୍ତି ହେବ।ପରିବାରରେ ସୁଖ ଶାନ୍ତି ଲାଗି ରହିବ। ପାରିଶ୍ରମିକ ଖୁବ୍ ଜଲଦି ମିଳିବ। ସାମାଜିକ ପ୍ରତିଷ୍ଠା ଲାଭ କରିବେ।

୨ - ତୁଳା ରାଶି :

କରୁଥିବା କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟୀ ମାନଙ୍କ ପାଇଁ ଏହି ଦିନ ଗୁଡ଼ିକ ଲାଭଦାୟକ ହେବ। ଋଣ ମୁକ୍ତି ହେବେ।

Horoscope suryadev

୩ - ସିଂହ ରାଶି :

ଶତ୍ରୁ ପରାସ୍ତ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ। ପରିବାର ସହିତ ଭଲ ସମୟ ବିତିବ। ଆର୍ଥିକ ଉନ୍ନତି ଘଟିବ।

୪ - ମକର ରାଶି :

ଭୂମି ଓ ବାହନ କିଣି ପାରନ୍ତି। ଖର୍ଚ୍ଚ ରେ ବୃଦ୍ଧି ଦେଖା ଦେଇ ପାରେ ହେଲେ ଅନ୍ୟ ପଟେ ଲାଭ ହେବ। ପ୍ରେମରେ ପଡି ପାରନ୍ତି।

୫ -ମିଥୁନ ରାଶି :

ସୁଖ ସମ୍ବାଦ ମିଳିବ। ଧନ ଲାଭ ହେବ। ମାନସିକ ଶାନ୍ତି ମିଳିବ। ନୂତନ ନିଯୁକ୍ତି ମିଳି ପାରେ।