ହୋଲିରେ ପଡ଼ୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ୪ଟି ରାଶିକୁ ଛାଡ଼ି ଏହିସବୁ ରାଶି ଉପରେ ପଡିବ ଖରାପ ପ୍ରଭାବ

 
Holi lunar eclipse
ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ତାରିଖ ସୋମବାର ଦିନ ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏହି ବର୍ଷ ୫ ଟି ଗ୍ରହଣ ପଡ଼ିବାକୁ ଯାଉଛି । ଏଥି ମଧ୍ୟରୁ ଦୁଇଟି ସୂର୍ଯ୍ୟ ପରାଗ ଓ ତିନୋଟି ଚନ୍ଦ୍ର ଗ୍ରହଣ ରହିବ । ତେବେ ସେ ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହାର ଧାର୍ମିକ ବିଶେଷତ୍ଵ ଯେତିକି ରହିଛି ବୈଜ୍ଞାନିକ କାରଣ ମଧ୍ୟ ସେହି ଅନୁଯାୟୀ ରହିଛି । 

E

ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗର ପ୍ରଭାବ ମଣିଷ ଜୀବନରେ ପଡ଼ିଥାଏ । ତେବେ ଏହାର ପ୍ରଭାବ କେତେକ ରାଶିର ଲୋକଙ୍କ ଉପରେ ଭଲ ରହିଥିବା ବେଳେ ଅନ୍ୟ କେତେକ ରାଶିର ଲୋକଙ୍କ ଉପରେ ଏହା ଏକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯେଉଁଥି ପାଇଁ ଆପଣ ମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ଚନ୍ଦ୍ର ଗ୍ରହଣରେ କେଉଁ ମାନଙ୍କ ଭାଗ୍ୟର ଡୋରି ଖୋଲିବାକୁ ଯାଉଛି ଓ କେଉଁ ମାନଙ୍କୁ କିଛି ମାତ୍ରାରେ ସତର୍କ ରହିବାକୁ ପଡିବ ।

ମେଷ ରାଶି : ସାବଧାନ ରୁହନ୍ତୁ । ଭଗବାନଙ୍କ ଆଶ୍ରିତ ହୁଅନ୍ତୁ । ନିଜ ପ୍ରତି ଓ ନିଜ ପରିବାର ପ୍ରତି ଅଧିକ ସଚେତନ ରୁହନ୍ତୁ ।

ବୃଷ ରାଶି : ଆର୍ଥିକ କ୍ଷେତ୍ରରେ ସତର୍କ ରୁହନ୍ତୁ । ବ୍ୟୟ କରିବା ସମୟରେ ଭାବି ଚିନ୍ତି ବ୍ୟୟ କରନ୍ତୁ ।

ମିଥୁନ ରାଶି : ଏମାନଙ୍କୁ ଭଲ ଫଳ ମିଳିବ । ଅଧିକ ଆଶୀର୍ବାଦ ପାଇବା ପାଇଁ ଗୋ ସେବା କରନ୍ତୁ ।

କର୍କଟ ରାଶି : ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । କୌଣସି ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ନିଜ କ୍ରୋଧକୁ ପ୍ରଥମେ ନିୟନ୍ତ୍ରଣ କରନ୍ତୁ । ନଚେତ୍ ଅସୁବିଧାରେ ପଡ଼ି ପାରନ୍ତି ।

ସିଂହ ରାଶି : ଚନ୍ଦ୍ର ଗ୍ରହଣ ଏହି ରାଶିର ଲୋକ ମାନଙ୍କ ପାଇଁ ଭଲ ରହିବ । ହେଲେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇପାରେ ।

କନ୍ୟା ରାଶି : କୌଣସି ଭଲ କାର୍ଯ୍ୟ ଏବେ ଆରମ୍ଭ କରନ୍ତୁ ନାହିଁ । କୌଣସି ଅସୁବିଧା ଦେଖା ଦେଲେ ଏଥି ପାଇଁ ବିଚଳିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ତୁଳା ରାଶି : କଳହରୁ ଦୂରେଇ ରୁହନ୍ତୁ । କାରଣ ଛୋଟ ସମସ୍ୟା ଆପଣଙ୍କ ପାଇଁ ବଡ଼ ବିପଦ ଆଣି ଦେଇପାରେ ।

ବିଛା ରାଶି : ଶନିବାର ଦିନ ଶିବ ମନ୍ଦିରକୁ ଯାତ୍ରା କରନ୍ତୁ । ନିଜର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହେବ।

ଧନୁ ରାଶି : କାର୍ଯ୍ୟ କ୍ଷେତ୍ରରେ ବାଧା ଦେଖାଦେବ । ହେଲେ ଚିନ୍ତା କରନ୍ତୁ ନାହିଁ । କିଛି ସମୟ ଅଟକି ଯାଆନ୍ତୁ ।

ମକର ରାଶି : ଏହା ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ୍ ଙ୍କୁ ସ୍ମରଣ କରନ୍ତୁ ।

କୁମ୍ଭ ରାଶି : ଅନେକ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ଆବଶ୍ୟକ ସ୍ଥଳେ ଦାନ କରନ୍ତୁ ।

ମିଥୁନ ରାଶି : ଆର୍ଥିକ ଚିନ୍ତାରେ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖା ଦେଇପାରେ ।