ଦିପାବଳୀରେ ବନୁଛି ଦୁର୍ଲଭ ରାଜଯୋଗ, ୩ଟି ରାଶିର ଲୋକଙ୍କ ଆରମ୍ଭ ହେବ ଭଲ ଦିନ, ଜାଣନ୍ତୁ କାହା ପାଇଁ ଶୁଭ କାହା ପାଇଁ ଅଶୁଭ

 
Dipabali horoscope
ଏଥର ଦୀପାବଳିରେ ହେବାକୁ ଯାଉଛି ଏପରି କିଛି ଚମତ୍କାର ଯେଉଁଥିରେ ବଦଳିବାକୁ ଯାଉଛି ଏହି ୩ ରାଶିଙ୍କର ଭାଗ୍ୟ । ଧନତେରସ ଠାରୁ ଆରମ୍ଭ ହୋଇ ଭାଇ ଯୁତିଆ ପର୍ଯ୍ୟନ୍ତ ଲାଗି ରହିଥିବା ଏହି ଦୀପାବଳୀର ମହୋତ୍ସବ ଏହି ୩ ରାଶିର ଲୋକଙ୍କ ଜୀବନରେ କରିବାକୁ ଯାଉଛି ନୂଆ ସୂର୍ଯ୍ୟୋଦୟ । ସେମାନେ ସିଧା ସଳଖ ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ । 

Deepabali

ଏହି ରାଶି ମାନଙ୍କ ପାଇଁ ଧନତେରସରେ ସୁନା କିଣିବା ଅତ୍ୟନ୍ତ ଲାଭଦାୟକ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଦୀପାବଳିରେ ଏକ ବିରଳ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯେଉଁଥିରେ ଅନ୍ୟ ରାଶିର ଲୋକ ମାନେ ପ୍ରଭାବିତ ହେବେ । ଏହାର ପ୍ରଭାବ ପ୍ରାୟ ସମସ୍ତ ରାଶିରେ ଭଲ ରହିଥିବା ବେଳେ ମୁଖ୍ୟତଃ ୩ ଟି ରାଶି ଉପରେ ଏହା ଅତ୍ୟନ୍ତ ଭଲ ସାବ୍ୟସ୍ତ ହେବ । 

ଏହି ଦିନ ଶନି ମହାରାଜଙ୍କ ଦ୍ୱାରା ସସ୍ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହା ମେଷ , ମିଥୁନ ଓ ମକର ରାଶିର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ରହିବ ।

ମେଷ ରାଶି : ଧନରେ ଦ୍ରୁତ ଅଭିବୃଦ୍ଧି ଦେଖା ଦେବ । ବ୍ୟବସାୟୀ ଲୋକ ମାନେ ବ୍ୟବସାୟରେ ଲାଭବାନ ହେବେ । ଛାତ୍ର ମାନେ କ୍ୟାରିଅରରେ ଉନ୍ନତି କରିବେ । ବିଭିନ୍ନ ନିବେଶରୁ ଲାଭର ଏକା ସାଙ୍ଗରେ ଶୁଅ ଛୁଟିବ ।

ମିଥୁନ ରାଶି : ଆର୍ଥିକ ଉନ୍ନତି ଘଟିବ । ଅର୍ଥ ଉପାର୍ଜନ କରିବାର ନୂତନ ମାର୍ଗ ମିଳିବ । ପରିଶ୍ରମ କରନ୍ତୁ ଫଳ ସୁନିଶ୍ଚିନ୍ତ ମିଳିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ପୂର୍ବର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । 

ମକର ରାଶି : ବ୍ୟକ୍ତିଗତ ଜୀବନ ଓ ପାରିବାରିକ ଜୀବନରେ ସୁଖଶାନ୍ତି ଲାଗି ରହିବ। ଜୀବନ ସାଥି ସହ ଭେଟ ହୋଇପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଭଲ ସୁବିଧା ସୁଯୋଗ ରହିଛି ।