ମକର ସଂକ୍ରାନ୍ତିରେ ବଦଳିବାକୁ ଯାଉଛି ଏହି ୫ଟି ରାଶିର ଲୋକମାନଙ୍କ ଭାଗ୍ୟ, ଆସିବ ଭଲ ଦିନ

 
Makar Sankranti

ମକର ସଂକ୍ରାନ୍ତିରେ ବଦଳିବାକୁ ଯାଉଛି ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ । ଜାଣନ୍ତୁ କାହିଁକି ଓ କିପରି ଆପଣଙ୍କ ଭାଗ୍ୟରେ ହେବାକୁ ଯାଉଛି ପରିବର୍ତ୍ତନ । ଏହି ଖବରଟି ହୁଏ ତ ଆପଣଙ୍କ ପାଇଁ ବି ହୋଇଥାଇ ପାରେ । ପଢନ୍ତୁ ଓ ଜାଣନ୍ତୁ ନିଜର ରାଶିଫଳ । 

ଊର୍ଟ୍ରବକ୍ସଗ୍ଧ

ଚଳିତ ବର୍ଷ ୧୫ ଜାନୁୟାରୀରେ ପାଳିତ ହେବାକୁ ଯାଉଛି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ବିଶେଷ କରି ଏହି ୫ଟି ରାଶି ଉପରେ ପଡ଼ିବାକୁ ଯାଉଛି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ୨ଟା ୫୪ ଏମ୍ ରେ ମକର ରାଶିରେ ପ୍ରବେଶ କରିବେ । 

ଏହି ରାଶିରେ ଏକ ମାସ ରହିବା ପରେ ୧୩ ଫେବୃଆରୀରୁ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ ହେତୁ ଉତ୍ତରାୟଣ ଯୋଗ ସୃଷ୍ଟି ହେବାକୁ ଯାଉଛି । ତେବେ ଜାଣନ୍ତୁ କେଉଁ ରାଶିରେ ଦେଖା ଦେବ ପରିବର୍ତ୍ତନ ?

Makar Sankranti

ମେଷ ରାଶି : ଧନ ପ୍ରାପ୍ତି ହେବ । ସାମାଜିକ ଓ ପାରିବାରିକ ଜୀବନରେ ସୁଖଶାନ୍ତି ଲାଗି ରହିବ  । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । ବିଭିନ୍ନ ଦିଗରୁ ଆୟ ବଢିପାରେ ।

ବୃଷ ରାଶି : ଚାକିରୀ କରୁଥିବା ଲୋକ ମାନଙ୍କର ପଦୋର୍ନ୍ନତି ହେବ  । ବ୍ୟବସାୟ କରୁଥିବା ଲୋକ ମାନେ ଲାଭବାନ ହେବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବେ । ସମୟ ଭଲ ରହିବ ।

କନ୍ୟା ରାଶି : ପାରିବାରିକ ଜୀବନ ଭଲରେ କଟିବ । ବ୍ୟକ୍ତିତ୍ୱରେ ଚମକ୍ ଆସିବ । ବିଭିନ୍ନ ମାଧ୍ୟମରୁ ଧନ ମିଳିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହେବ ।

ଧନୁ ରାଶି : ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖା ଦେବ । ନକାରାତ୍ମକ ଚିନ୍ତାଧାରାରୁ ବଞ୍ଚିତ ରହିବେ । ଯେ କୌଣସି କାମ ଆରମ୍ଭ କରିବାର ଉଚିତ୍ ସମୟ । ନିଜର ପ୍ରତିଷ୍ଠା ବଢିବ ।

କୁମ୍ଭ ରାଶି : ପଇସାର ଅଭାବ ରହିବ ନାହିଁ । ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରିବେ। ପ୍ରେମରେ ପଡ଼ି ପାରନ୍ତି । ବିବାହ ଯୋଗ ସୃଷ୍ଟି ହୋଇପାରେ । ପୁରୁଣା ସାଥିଙ୍କୁ ଫେରି ପାଇବେ ।