ସେପ୍ଟେମ୍ବରରେ ବୁଧ ଗ୍ରହର ଆଗମନ, ଏହି ତିନୋଟି ରାଶିରେ ହେବ ଧନ ବର୍ଷା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

 
Rashi

ଗ୍ରହ ମାନେ ସାଧାରତଃ ଏକ ନିର୍ଦ୍ଧଷ୍ଟ ସମୟ ପରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ବୈଦିକ ଜ୍ୟୋତିଷଙ୍କ ଅନୁସାରେ ଏହାକୁ ପାରାଗମନ କୁହାଯାଏ। ଏହା କେବଳ ଗ୍ରହ ମାନଙ୍କର ପରିବର୍ତ୍ତନ ନୁହେଁ ବରଂ ଏହା ମାନବ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣି ଦେଇଥାଏ।କିଛି ଲୋକଙ୍କ ପାଇଁ ଏହା ଭଲ ପ୍ରଭାବ ପକାଇଥିବା ବେଳେ କିଛି ଲୋକଙ୍କ ଉପରେ ଏହା କୁ ପ୍ରଭାବ ପକାଇ ଥାଏ।

Rashi

ଆଗାମୀ ଦିନରେ ଗ୍ରହ ମାନେ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣନ୍ତୁ ଏହାର ପ୍ରଭାବ କାହା ଉପରେ କିପରି ରହିବ?

ବୁଧ ଗ୍ରହ:

ବୁଧ ଗ୍ରହ ମଧ୍ୟ ତାର ରାଶି ପରିବର୍ତ୍ତନ କରିବାକୁ ଯାଉଛି। ବୁଦ୍ଧି ପ୍ରଦାନ କରୁଥିବା ବୁଧ ଗ୍ରହର ଉଦୟ ୧୩ ସେପ୍ଟେମ୍ବରରେ ହେବ। ଯାହା କିଛି ଲୋକଙ୍କ ପାଇଁ ଶୁଭ ହେଉଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଅଶୁଭର ସଂକେତ ଆଣି ଦେବ। ଆସନ୍ତୁ ଜାଣିବା ବୁଧ  କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ଅଟେ।

- ବୃଷ :

ବୁଧ ବୃଷ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ। ବୁଧ ଗ୍ରହ ହେଉଛି ଧନର ମାଲିକ। ଯେଉଁଥି ପାଇଁ ଧନ ପ୍ରାପ୍ତି ହେବ ଏବଂ ପିଲା ମାନଙ୍କ ଠାରୁ ଖୁସି ଖବର ଶୁଣିବେ। ବିଦେଶ ଗ୍ରସ୍ତର ସମ୍ଭାବନା ରହିଛି। ଆପଣ କରୁଥିବା ସମସ୍ତ ନୂଆ ଓ ପୁରୁଣା କାର୍ଯ୍ୟରେ ସଫଳତା ମିଳିବ।

୨- କର୍କଟ ରାଶି :

କର୍କଟ ରାଶିର ଲୋକମାନଙ୍କ ପାଇଁ ମଧ୍ୟ ବୁଧ ଶୁଭ ଏବଂ ଫଳପ୍ରଦ ରହିବ। ଆପଣଙ୍କର ଧନ ବଢିବ। ଦେଇଥିବା ଧନକୁ ମଧ୍ୟ ଫେରସ୍ତ ପାଇବେ। ଏକ ରୁ ଅଧିକ ଉତ୍ସ ରୁ ଟଙ୍କା କମାଇବେ।

- କୁମ୍ଭ ରାଶି :

ଏହା ମଧ୍ୟ କୁମ୍ଭ ରାଶିଙ୍କ ପାଇଁ ଲାଭଦାୟକ ହେବ।କୁମ୍ଭ ରାଶିର ଲୋକମାନଙ୍କ ପାଇଁ ବୁଧ ଗ୍ରହ ଦାମ୍ପତ୍ୟ ଜୀବନର ସୁଖ ଆଣିଦେବ।ଜୀବନ ସାଥି ସହିତ ଭେଟ ହେବ। ଧନ ବୃଦ୍ଧି ହେବ। ବ୍ୟବସାୟର ଲାଭ ବାନ ହେବେ। ଆପଣ ଗାଡ଼ି ଓ ସମ୍ପତ୍ତି କିଣି ପାରିବେ।

ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟରୁ ଏହି ତିନୋଟି ରାଶି ଦୂରେଇ ରହିବା ଉଚିତ୍ ହେବ:

ମ୍ୟୁଚୁଆଲ ଫଣ୍ଡ ଓ ଷ୍ଟକ୍ ମାର୍କେଟରେ ବିପଦପୂର୍ଣ୍ଣ ହୋଇପାରେ। ତେଣୁ କରି କିଛି ଦିନ ପାଇଁ ଏହି କ୍ଷେତ୍ରରୁ ଦୂରେଇ ରୁହନ୍ତୁ।