ସୂର୍ଯ୍ୟ-ଶୁକ୍ରଙ୍କ ଅଦ୍ଭୁତ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସେପ୍ଟେମ୍ବର ଏହି ତାରୀଖରୁ ମିଳିବ ଖୁସି ଖବର

 
rashifala sept

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଚଳିତ ମାସ ୧୬ ତାରିଖ ସକାଳ ୭ଟା ବାଜି ୪୦ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ପୂର୍ବରୁ ପ୍ରେମ, ସମ୍ପର୍କ ,ସୌନ୍ଦର୍ଯ୍ୟର କାରକ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ସୂର୍ଯ୍ୟ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଜାତକ ବା ରାଶିରେ ଶୁକ୍ର ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ କେଉଁସବୁ ରାଶି ଧନବାନ୍ ହେବାକୁ ଯାଉଛନ୍ତି।

କର୍କକ- ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ ସୂର୍ଯ୍ୟ-ଶୁକ୍ରଙ୍କ ମିଳିନ। ବିଶେଷ କରି ଜୁଲାଇ ମାସରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ପୂର୍ବରୁ କରିଥିବା ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କଲେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହୋଇପାରନ୍ତି। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ହଠାତ୍ ଯେ-କୌଣସି ସ୍ଥାନରୁ ଟଙ୍କା ମିଳିପାରିବ। ନୂତନ ଆୟର ଉତ୍ସ ସୃଷ୍ଟି ହେବ।

କନ୍ୟା- କନ୍ୟା ରାଶିଙ୍କୁ ଏହି ମାସରେ ମିଶ୍ରିତ ଫଳ ମିଳିବାକୁ ଯାଉଛି। ପ୍ରେମ ବ୍ୟାପାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ନୂତନ ସାଥୀ ଅନୁସନ୍ଧାନରେ ଅଛନ୍ତି । ସେମାନଙ୍କୁ ମନଲାଖି ଜୀବନସାଥୀ ମିଳିପାରେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପୁରୁଣା ବିନିଯୋଗରୁ ଲାଭ ମିଳିପାରେ। ଆୟ ବୃଦ୍ଧି ହେବ। ଷ୍ଟକ୍ ମାର୍କେଟ୍ ରୁ ମଧ୍ୟ ଭଲ ଲାଭ ମିଳିପାରେ।

ତୁଳା- ସୂର୍ଯ୍ୟ- ଶୁକ୍ରଙ୍କ କୃପା ମଧ୍ୟ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଦରମା ବୃଦ୍ଧି ପାଇବା ସହ ଆୟ ବଢିବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି , ସେମାନେ ଚେଷ୍ଟା ଜାରି ରଖନ୍ତୁ । ସଫଳତା ପାଇବେ। ବେକାରି ମାନେ ଚାକିରି ପାଇବେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି।

ବିଛା:- କୌଣସି ନୂଆ ବ୍ୟବସାୟ କଲେ ଦ୍ବି ଗୁଣିତ ଲାଭ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନଙ୍କ ସମ୍ପର୍କରେ ଫାଟ ଦେଖାଦେଇପାରେ। ତେଣୁ ନିଜ ଜୀବନ ସାଥୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଯାହା ଆପଣଙ୍କ ମାନିସିକ ଚାପ ବଢାଇପାରେ।

ସିଂହ: ଏହି ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଏହି ସମୟ ମଧ୍ୟରେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ବିଶେଷକରି ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରୁ ତାରିଫ୍ କରିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।