ସୂର୍ଯ୍ୟ ଓ ଶନିଙ୍କ ଅଶୁଭ ପ୍ରଭାବ ହେବ ଶେଷ, ୧୭ ସେପ୍ଟେମ୍ବରରୁ ହେବାକୁ ଯାଉଛି ପରିବର୍ତ୍ତନ, ଏହି ୩ ରାଶିର ଖୋଲିବ ଭାଗ୍ୟ

 
Rashi paribartan

ଆସୁଛି ଅଶୁଭ ସମୟ। ଜୀବନରେ ହୋଇପାରେ ଅନେକ ପରିବର୍ତନ।ସୂର୍ଯ୍ୟ ଓ ଶନି ସାମ୍ନା ସାମ୍ନି ହେବା କାରଣରୁ ଏପରି ଅଶୁଭ ଯୋଗ ସୃଷ୍ଟି ହେଇଥାଏ।ଯାହା ୧୭ ସେପ୍ଟମ୍ବର ରେ କନ୍ୟା ରାଶି ଠାରେ ସମାପ୍ତ ହବ।ତେବେ ଆସନ୍ତୁ ଜାଣିବ ଶନି ଓ ସୂର୍ଯ୍ୟ ଙ୍କ ର ମୁଁହ ମୁହିଁ କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ ରହିଛି ।

Rashi

ଜ୍ୟୋତିଷ  ଶାସ୍ତ୍ର ଅନୁସାରେ ସୁର୍ଯ୍ୟ ଓ ଶନି ପରସ୍ପର ଶତ୍ରୁ ଅଟନ୍ତି। ଏପରି ପରିସ୍ଥିତିରେ ଦୁଇ ଗ୍ରହର ମିଳନ କିମ୍ବା ପରସ୍ପର ସାମ୍ନା ସାମ୍ନି ହେବା ଅନେକ ରାଶିର ଲୋକ ମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ।ବର୍ତ୍ତମାନ ଶନି ନିଜ ରାଶି କୁମ୍ଭରେ ଏବଂ ସୂର୍ଯ୍ୟ ନିଜ ରାଶି ସିଂହ ରେ ରହିଛନ୍ତି। ଏବଂ ଦୁହେଁ ପରସ୍ପରର ସମ୍ମୁଖିନ ରେ ରହିଛନ୍ତି ଯେଉଁଥି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହଉଚି ।
ସେପ୍ଟମ୍ବର ୧୭ରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବା ଫଳରେ ଏଭଳି ପରିସ୍ଥିତି ର ଖଣ୍ଡନ ହେବ। ତେବେ ଏହା କିଛି ରାଶିର ଲୋକମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନଙ୍କ ପାଇଁ ଏହା ଲାଭ ଦାୟକ ରହିଛି ।
Ggg
ମେଷ ରାଶି - ଏହି ରାଶିର ଲୋକମାନେ ସୂର୍ଯ୍ୟ ଓ ଶନି ଙ୍କ ପ୍ରଭାବରୁ ଦୂରରେ ରହିବେ ଯାହା ଫଳରେ ତାଙ୍କ ଜୀବନରେ ଶାନ୍ତି ରହିବ ।ଆର୍ଥିକ ପରିସ୍ଥିତି ଶକ୍ତି ଶାଳୀ ହବ। ନୂତନ ଆୟର ମାର୍ଗ ଖୋଲିବ। ଧନ ବୃଦ୍ଧି ସହିତ ଜୀବନରେ ସୁଖ ଶାନ୍ତି ଦେଖା ଦେବା।
ମିଥୁନ ରାଶି - ଏହି ରାଶିର ଲୋକ ମାନଙ୍କର ଆର୍ଥିକ ପରିସ୍ଥିତି ସହିତ ପାରିବାରିକ ଓ ସାମାଜିକ ଜୀବନରେ ଉନ୍ନତି ଘଟିବ ଶରୀର ସୁସ୍ଥ ରହିବ ଓ ନୂତନ ସ୍ଥାନ ଯାତ୍ରା କରିପାରନ୍ତି। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ।
ତୁଳା ରାଶି - ଏହି ରାଶିର ଲୋକ ମାନଙ୍କ ପାଇଁ ଏହି ସମୟ ଟି ଅତ୍ୟନ୍ତ ଭଲ ରହିବ ପ୍ରତି କାର୍ଯ୍ୟ ରେ ଭାଗ୍ୟ ତାଙ୍କର ସମ୍ପୂର୍ଣ୍ଣ ସାଥ ଦେବ ସ୍ବପ୍ନ ପୂରଣ ହେବ ବ୍ୟବସାୟରେ ରେ ଲାଭବାନ ହେବେ।