ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଯାହାର ପ୍ରଭାବ ଏହି ୫ ରାଶି ମାନଙ୍କ ଜୀବନରେ ଆଣିଦେବ ଦୁଃଖ

 
Solar eclipse

ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏପ୍ରିଲ୍ ୮ରେ ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ପୂର୍ବରୁ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ି ସାରିଛି ଯାହା କିଛି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ରହିଥିଲା । ହେଲେ ଆଜି ଆମେ ଜାଣିବା ଏହି ସୂର୍ଯ୍ୟ ପରାଗ କେଉଁ ରାଶିର ଲୋକଙ୍କ ପାଇଁ କିପରି ରହିବ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ସୂର୍ଯ୍ୟ ପରାଗର ପ୍ରଭାବ ୧୨ ଟି ରାଶି ମାନଙ୍କ ମଧ୍ୟରୁ ୫ ଟି ରାଶି ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ କରି ଏହି ରାଶିର ଲୋକ ମାନଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ । ତେବେ ଜାଣନ୍ତୁ ଆପଣଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଟି କିପରି ରହିବ.....

ର

ମେଷ ରାଶି : 

ଆର୍ଥିକ ଅବସ୍ଥା ଭଲ ରହିବ ନାହିଁ । ବିଭିନ୍ନ କ୍ଷେତ୍ରରୁ ଅସୁବିଧା ଦେଖା ଦେବ । ବ୍ୟବସାୟରେ ମଧ୍ୟ ଘାଟା ହେବାର ସମ୍ଭାବନା ରହିଛି ।

କନ୍ୟା ରାଶି :

ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ । ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ । ସାମାଜିକ ଓ ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବ ।

ବିଛା ରାଶି :

ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜି ପାରେ । ବନ୍ଧୁ ମାନଙ୍କ ସହିତ ମତ ଭେଦ ସୃଷ୍ଟି ହେବ । ବିଭିନ୍ନ କଥାକୁ ନେଇ ଅଶାନ୍ତି ଦେଖା ଦେବ ।

କୁମ୍ଭ ରାଶି :

କ୍ୟାରିଅର କୁ ନେଇ ଅନେକ ସମସ୍ୟା ଦେଖା ଦେବ । ଦେହ ଭଲ ନ ରହି ପାରେ । ଅନେକ ସମୟରେ ଚିନ୍ତାରେ ରହିବେ ।

ଧନୁ ରାଶି :

ପ୍ରେମ ସମ୍ପର୍କ ଭାଙ୍ଗି ଯାଇପାରେ । ସମ୍ପର୍କକୁ ନେଇ ଅନେକ ଫାଟ ଦେଖା ଦେବ । ମନରେ ବିଭିନ୍ନ ନକାରାତ୍ମକ ଭାବ ସୃଷ୍ଟି ହେବ ।