ଏହି ୫ଟି ରାଶି ଉପରେ ପଡ଼ିବାକୁ ଯାଉଛି ଶନିଙ୍କ କୋପ ଦୃଷ୍ଟି, ଜୀବନରେ ଦେଖାଦେବ ଏହି ସବୁ ସମସ୍ୟା
ଆରମ୍ଭ ହେବାକୁ ଯାଉଛି ଶନି ସାଢେ଼ ସାତି । ଏହି ରାଶିର ଲୋକମାନଙ୍କ ଜୀବନ ଉପରେ ଆସିବ ନାନାବିଧ ବିପଦ । ତେବେ ଶନିଙ୍କ କୋପ ଆପଣଙ୍କ ଉପରେ ପଡ଼ିବା ପୂର୍ବରୁ ସତର୍କ ରୁହନ୍ତୁ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ ହୋଇପାରେ ।
Follow our WhatsApp channel and get all the Latest news
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
୧୩୯ ଦିନ ପର୍ଯ୍ୟନ୍ତ ଏହି ୫ଟି ରାଶିକୁ ସତର୍କ ରହିବାକୁ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୫ଟି ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡ଼ିବାକୁ ଯାଉଛି । ଜ୍ୟୋତିଷଙ୍କ ଗଣନା ଅନୁସାରେ ମକର , ମୀନ ଏବଂ କୁମ୍ଭ ରାଶିରେ ଶନି ସାଢେ଼ ସାତି ଚଳିବାକୁ ଯାଉଛି । ଏହା ସହିତ ବୃଷ ଓ କର୍କଟ ରାଶିର ମଧ୍ୟ ଶନି ଚଳିବାର ସମ୍ଭାବନା ରହିଛି ।
ଜୁନ ୩୦ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ମକର , କୁମ୍ଭ , ମୀନ , ବୃଷ ଏବଂ କର୍କଟ ରାଶି ମାନଙ୍କ ମଧ୍ୟରୁ ଏହି ରାଶି ମାନଙ୍କ ଉପରେ ଶନିଙ୍କ ପ୍ରକୋପ ଦୃଷ୍ଟି ପଡ଼ିବାକୁ ଯାଉଛି ।
ଯେଉଁଥି ପାଇଁ ଏହି ରାଶିର ଲୋକ ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବ୍ୟବସାୟରେ କ୍ଷତି , ସ୍ୱାସ୍ଥ୍ୟଗତ ସମସ୍ୟା ଏପରି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ତେଣୁ କରି ବିଚଳିତ ନ ହୋଇ ଭଗବାନଙ୍କ ନାମ କରନ୍ତୁ ଏବଂ ଉଚିତ୍ କର୍ମ କରନ୍ତୁ ।