ପଡ଼ିବାକୁଯାଉଛି ଶନିଙ୍କ ତୃତୀୟ ଦୃଷ୍ଟି, ଏହି ତିନୋଟି ରାଶିଙ୍କ ଜୀବନର ସୃଷ୍ଟି ହୋଇପାରେ ଝଡ ​​​​

 
Sanidev

ପଡ଼ିବାକୁ ଯାଉଛି ଶନିଙ୍କ ତୃତୀୟ ଦୃଷ୍ଟି । ମଙ୍ଗଳ ଗ୍ରହ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନିଜର ରାଶି । ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛି ମଙ୍ଗଳ ଗ୍ରହ । ଯାହା ଦ୍ଵାରା ୩ଟି ରାଶିର ଲୋକ ମାନଙ୍କ ଜୀବନରେ ଆସିବ ଅନେକ ପରିବର୍ତ୍ତନ । ହୁଏ ତ ସେମାନଙ୍କ ଜୀବନରେ ସୃଷ୍ଟି ହୋଇପାରେ ଝଡ଼ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କର ସପ୍ତମ ଦୃଷ୍ଟି ବିଭିନ୍ନ ରାଶିର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥିବା ବେଳେ ତୃତୀୟ ଦୃଷ୍ଟି ବିଭିନ୍ନ ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । 

A

ତେବେ ମଙ୍ଗଳ ଯେତେ ଦିନ ପର୍ଯ୍ୟନ୍ତ ନିଜର ରାଶି ପରିବର୍ତ୍ତନ କରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଶନିଙ୍କର ଏହି ଦୃଷ୍ଟି ଲାଗି ରହିବ । ଜ୍ୟୋତିଷ ଗଣନା ଅନୁଯାୟୀ ଶନିଙ୍କର ଏହି ଦୃଷ୍ଟି ଜୁଲାଇ ୧୨ ପର୍ଯ୍ୟନ୍ତ ରହିପାରେ । 

ତେବେ ଜାଣନ୍ତୁ କେଉଁ ୩ଟି ରାଶିର ଲୋକଙ୍କ ଜୀବନରେ ଏହା ଆଣିବ ପରିବର୍ତ୍ତନ.......

କର୍କଟ ରାଶି :

ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ବାଦ ବିବାଦ ଲାଗି ରହିବ । ପରିବାରରେ ଅଶାନ୍ତି ସୃଷ୍ଟି ହେବ । ଜୁଲାଇ ୧୨ ମଧ୍ୟରେ କୌଣସି ସମ୍ପତ୍ତି କିଣିବା ଶୁଭ ନ ହୋଇପାରେ । ତେଣୁ ଏହି ରାଶିର ଲୋକ ମାନଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ସତର୍କ ରହିବା ଆବଶ୍ୟକ ।

ବିଛା ରାଶି :

ବିଛା ରାଶିର ଲୋକ ମାନଙ୍କୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିପାରେ । ପୈତୃକ ସଂପତ୍ତିକୁ ନେଇ ଅନେକ ବାଦ ବିବାଦ ଦେଖା ଦେବ । ପରିବାର ଭିତରେ ଅଶାନ୍ତି ଦେଖା ଦେବ । ଭଗବାନଙ୍କ ଉପରୁ ବିଶ୍ୱାସ କମି ଯାଇପାରେ ।

ତୁଳା ରାଶି :

ଏହି ରାଶିର ଲୋକ ମାନଙ୍କ ଜୀବନରେ ମାନସିକ ଅଶାନ୍ତି ଦେଖା ଦେଇପାରେ । ଆର୍ଥିକ ସମସ୍ୟା ଉପୁଜିବା ସହିତ ପାରିବାରିକ କଳହ ସୃଷ୍ଟି ହୋଇପାରେ ।