ବସନ୍ତ ପଞ୍ଚମୀରେ ଦୁର୍ଲଭ ସଂଯୋଗ, ମା ସରସ୍ବତୀଙ୍କ କୃପାରୁ ବଦଳିବ ଏହି ୪ଟି ରାଶିର ଭାଗ୍ୟ, ଆସିବ ଭଲ ଦିନ
ଚଳିତ ବର୍ଷ ବିଦ୍ୟା ଦାୟିନୀ ମା ସରସ୍ବତୀ ତଥା ବସନ୍ତ ପଞ୍ଚମୀ ଫେବୃୟାରୀ ୨ ତାରିଖରେ ପାଳିତ ହେଉଛି । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । 'ଶ୍ରୀ' କହିଲେ ଶୁଭ ଲକ୍ଷଣଯୁକ୍ତ ଏହି କାରଣରୁ ମାଘ ଶୁକ୍ଲ ପଞ୍ଚମୀ ତିଥିକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ । ଏହି ଅବସରରେ ଏକ ବିଶେଷ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବ ୪ଟି ରାଶିଙ୍କ ଉପରେ ଖୁବ୍ ଭଲ ରହିଛି ।
ଚଳିତ ବର୍ଷ ବସନ୍ତ ପଞ୍ଚମୀରେ ରେବତିଙ୍କ ସହ ଅଶ୍ଵିନୀ ନକ୍ଷତ୍ରର ଏକ ବିଶେଷ ସଂଯୋଗ ଘଟିବ । ଏହା ସହିତ ତ୍ରିଗ୍ରହି ଯୋଗ ମଧ୍ୟ ସୃଷ୍ଟି ହେବ । ଶୁଭ ଯୋଗ , ରବି ଯୋଗ ମଧ୍ଯ ସୃଷ୍ଟି ହେବ ।
Follow our WhatsApp channel and get all the Latest news
ଶୁକ୍ର , ମଙ୍ଗଳ , ବୁଧ ଗ୍ରହର ମିଳନ ହେତୁ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଆହୁରି ମଧ୍ଯ ମେଷ ରାଶିରେ ଚନ୍ଦ୍ର ଏବଂ ବୃହସ୍ପତି ମିଳନ ହେତୁ ରାଜ ଯୋଗ ସୃଷ୍ଟି ହେବ । ଏପରି ବିରଳ ମିଶ୍ରଣ ପ୍ରାୟ ସମସ୍ତ ରାଶିଙ୍କ ଉପରେ ଭଲ ପ୍ରଭାବ ପକାଇବ । ହେଲେ ନିର୍ଦ୍ଧିଷ୍ଟ ୪ଟି ରାଶିର ଲୋକଙ୍କ ଉପରେ ଶୁଭ ରହିବ ।
ତେବେ ଆସନ୍ତୁ ଜାଣିବା କଣ ରାହିଛି ଏହି ୪ଟି ରାଶି ।
ମେଷ ରାଶି :
ମେଷ ରାଶିର ଲୋକ ମାନେ ବସନ୍ତ ପଞ୍ଚମୀ ଅବସରରେ ଅଧିକ ଉପକୃତ ହେବେ । ବ୍ୟବସାୟରେ ଲାଭ ବାନ୍ ହେବେ । ଦୀର୍ଘ ଦିନର ଲାଗି ରହିଥିବା ସମସ୍ୟାରୁ ତ୍ରାହି ପାଇବେ । ବିବାହ ଯୋଗ ସୃଷ୍ଟି ହେବ ।
ମିଥୁନ ରାଶି :
ପଦ ଉନ୍ନତି ହେବ । କର୍ମ କ୍ଷେତ୍ରରେ ଲାଭ ବାନ ହେବେ । ବିଦ୍ୟାର୍ଥୀଙ୍କ ଲାଗି ମଧ୍ଯ ଭଲ ସୁଯୋଗ ରହିଛି । ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିବେ ।
ବିଛା ରାଶି :
ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଆୟ ରେ ବୃଦ୍ଧି ଘଟିବ । ପାରିବାରିକ ଓ ସାମାଜିକ ସମ୍ପର୍କ ସ୍ଥାପିତ ହେବ । ରୋଜଗାର ମିଳିବ ।
ମୀନ ରାଶି :
ପ୍ରେମରେ ପଡ଼ି ପାରନ୍ତି । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଧାର୍ମିକ ମନୋଭାବ ବଢିବ ।