୨୯ ତାରିଖରୁ ମୀନ ରାଶିକୁ ହେବ ଶନି ଗୋଚର, ଏହି ରାଶିର ଲୋକଙ୍କୁ ହେବ ଲାଭ କିନ୍ତୁ...
ଖୁବଶୀଘ୍ର ହୋଇଯାଆନ୍ତୁ ସତର୍କ! କାରଣ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖ ଦିନଠାରୁ ଶନି ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଯାହାର ସିଧା ପ୍ରଭାବ ଏହି କିଛି ରାଶି ଥିବା ଲୋକମାନଙ୍କ ଉପରେ ପଡିପାରେ। ଫଳ ପ୍ରଦାନକାରୀ ଭାବରେ ଜଣାଶୁଣା ଶନି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ।
ଏହା ପୂର୍ବରୁ ହିଁ ପାପୀ ଗ୍ରହ ରହୁ ଏହି ରାଶିରେ ରହିଛନ୍ତି। ଶନିଙ୍କର ଗମନ ହେତୁ ତାଙ୍କର ସ୍ଥିତି ମଧ୍ୟ ବଦଳିଯିବ। ଯେଉଁଥିପାଇଁ କିଛି ରାଶିର ଲୋକେ ଉପକୃତ ହେବେ ନିଶ୍ଚିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଫଳ ପ୍ରଦାନକାରୀ ଶନିଙ୍କର ୪ ପାୟା ରହିଛି। ସୁନା, ରୂପା, ତମ୍ବା ଏବଂ ଲୁହା ପରି ୪ ଟି ଧାତୁ ଅଛି। ଶନିଙ୍କ ବିଭିନ୍ନ ପାୟା ସ୍ଥିତି ଅନୁଯାୟୀ ଶୁଭ ଏବଂ ଶୁଭ ଫଳାଫଳ ଦେଇଥାଏ। ୨୦୨୫ ମସିହାରେ, ୧୨ ଟି ରାଶିର ଲୋକମାନେ ଶନିଙ୍କ ବିଭିନ୍ନ ସ୍ଥାନ ଦ୍ୱାରା ପ୍ରଭାବିତ ହେବେ।
(ମେଷ,ସିଂହ ଏବଂ ଧନୁ ରାଶି) ଲୌହ ପାୟା ଦ୍ୱାରା ପ୍ରଭାବିତ ହେବେ। ସେହିପରି (ବୃଷ, ତୁଳୀ ଏବଂ ମୀନ ରାଶି) ସୁନା ପାୟା। (ମିଥୁନ, କନ୍ୟା ଏବଂ ମକର ରାଶି) ତମ୍ବା ପାୟା ଏବଂ (କର୍କଟ,ବିଛା ଏବଂ କୁମ୍ଭ) ରୂପା ପାୟା ଦ୍ୱାରା ପ୍ରଭାବିତ ହେବେ।
ମାର୍ଚ୍ଚ ୨୯ ତାରିଖରେ ଶନି ମିନ ରାଶିରେ ରୂପା ପାୟାରେ ପ୍ରବେଶ କରିବେ ଯାହାର ଲାଭ କର୍କଟ, ବିଛା ଏବଂ କୁମ୍ଭ ରାଶିର ଲୋକଙ୍କୁ ମିଳିପାରିବ। ନୂଆ ଘର, ଗାଡି କିଣିବା, ସମ୍ପତ୍ତି ବୃଦ୍ଧି ଭଳି ଯୋଗ ରହିବ। ଅନ୍ୟପକ୍ଷରେ ଶନି ଦଶା ଦୂର କରିବା ପାଇଁ ଗରିବ ଶ୍ରେଣୀର ଲୋକଙ୍କୁ ଲୁହା, ପିରିକ, କଳା ପୋଷାକ, କଳା ଡାଲି ଏବଂ ସୋରିଷ ତେଲ ଦାନ କରିଲେ ଆପଣଙ୍କୁ ଶୁଭ ଫଳ ମିଳିପାରିବ।