୨୯ ତାରିଖରେ ମୀନ ରାଶି ଗମନ କରିବେ ଶନି, ବଦଳିଯିବ ଏହି ୩ ରାଶିଙ୍କ ଭାଗ୍ୟ….
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ବିଭିନ୍ନ ରାଶି ଗୋଚର କରିଥାନ୍ତି। ଏହାର ଉଭୟ ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ଅନ୍ୟ ରାଶି ମାନଙ୍କ ଉପରେ ମଧ୍ୟ ପଡିଥାଏ। ସେହିପରି ଆସନ୍ତା ମାର୍ଚ୍ଚ ୨୯ ତାରିଖ ସକାଳ ୬ଟା ୪୦ ସମୟରେ ନ୍ୟାୟ ଏବଂ କର୍ମର ଦେବତା ଶନି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନିଙ୍କର ଏହି ଗମନ ଅନେକ ରାଶି ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇପାରେ।
୧. କର୍କଟ:- ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶନି ଗୋଚରର ବେସ୍ ଭଲ ପ୍ରଭାବ ରହିବ। ବ୍ୟବସାୟୀ ମାନଙ୍କ କ୍ଷେତ୍ରରେ ଉନ୍ନତି ଘଟିବ। ଆପଣଙ୍କ ବ୍ୟବସାୟରେ ଲାଭ ହେବା ସହିତ ଧନ ସମ୍ପତ୍ତି ବଢିବ। ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କର ଶୁଭ ସମୟ ଆରମ୍ଭ ହେଉଛି। ଅନ୍ୟ କମ୍ପାନୀରୁ ଭଲ ଅଫର ମିଳିବ।
ପିତା-ମାତାଙ୍କ ସହିତ ଦୂରଯାତ୍ରା କରିବେ। ପାରିବାରିକ ସମ୍ପର୍କରେ ଉନ୍ନତି ଦେଖାଦେବ। ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ।
୨. କୁମ୍ଭ:- ବ୍ୟବସାୟୀଙ୍କ କ୍ଷେତ୍ରରେ ଲାଗିରହିଥିବା ଅସ୍ଥିରତା ଦୂର ହେବ। ବ୍ୟବସାୟରେ ଅନ୍ୟମାନଙ୍କ ଠାରୁ ଅଧିକ ଲାଭ ମିଳିବାର ଯୋଗ ରହିଛି। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇଛି, ଖୁବଶୀଘ୍ର ଆପଣଙ୍କୁ ଇଚ୍ଛା ମୁତାବକ ଚାକିରୀ ମିଳିବ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।
ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। କାରବାର ବୃଦ୍ଧି ପାଇବା ସହିତ ଧାର କରଜ ହୋଇଥିବା ଟଙ୍କା ସୁଝିପାରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ, ଗାଡି କିଣିବା ସ୍ୱପ୍ନ ସାକାର ହେବ।
୩. ବିଛା:- ଶନିଙ୍କ ଗୋଚର ଦ୍ୱାରା ବିଛା ରାଶିର ବ୍ୟକ୍ତି ବିଶେଷ ବେସ୍ ଲାଭାନ୍ବିତ ହେବେ। ଖାସ୍ କରି ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ ସମୟ ରହିବ। ଜୀବନରେ ବହୁ ସକାରାତ୍ମକ ପ୍ରଭାବ ପଡିବ।
ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। ପର୍ଟନରସିପ୍ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ପୁରୁଣା ବିନିଯୋଗରୁ ସୁଫଳ ମିଳିବ। ପିତାମାତାଙ୍କ ସହିତ ଦୁରଯାତ୍ରା କରିବେ। ଚାକିରିଆ ବ୍ୟକ୍ତିମାନେ ଅଧିକ ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସୁଫଳ ମିଳିବ।