ରାୟୁଡୁଙ୍କ ଧମାଲ, ଆୟାରଲାଣ୍ଡ ତରଫରୁ ଖେଳି ସୃଷ୍ଟି କଲେ ଏହି ନୂଆ ରେକର୍ଡ, ବିସିସିଆଇକୁ ଦେଲେ କଡା ଜବାବ୍
ଆଇସିସି ବିଶ୍ୱକପରେ ସ୍ଥାନ ନମିଳିବା ଏବଂ ଥ୍ରୀ ଡି’ ଟ୍ୱିଟ୍ ଯୋଗୁ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ତେବେ ଅବସର ପରେ ତାଙ୍କୁ ଆୟାରଲାଣ୍ଡ କ୍ରିକେଟ ଖେଳିବା ପାଇଁ ଅଫର୍ ଦେଇଥିଲା ଯାହାକୁ ରାୟୁଡୁ ସ୍ୱୀକାର କରିଥିଲେ।
ଗତ ରବିବାର କୁ ୱେଷ୍ଟଇଣ୍ଡିଜ ଗସ୍ତ ରେ ଯେବେ ଭାରତୟ ଟିମ ର ଘୋଷଣା କରିବା ପାଇଁ ମିଡ଼ିଆ ସାମ୍ନା ରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଆସିଥିଲେ ତେବେ ସେ ନିଜେ ଏହାର ଜବାବ ଦେଇଥିଲେ। ଯେବେ ଜଣେ ପତ୍ରକାର ରାୟୁଡୁ ଙ୍କୁ ନେଇ ପ୍ରଶ୍ନ କରିଥିଲେ ତେବେ ସେ ବିଶ୍ୱକପ ରେ ରାୟୁଡୁ ଙ୍କୁ ବଛା ନ ଯିବା ପଛର ଅଲଗା କାରଣ କହିଥିଲେ। ସେ କହିଥିଲେ କାହିଁକି ସେ ଅମ୍ବାତି ରାୟୁଡୁ ଙ୍କୁ ବାଛି ନଥଲେ। ସେ କହିଲେ ଖରାବ ଫିଟନେସ କାରଣ ରୁ ସେ ରାୟୁଡୁ ଙ୍କୁ ବାଛି ନଥଲେ।
ଅମ୍ବାତି ରାୟୁଡୁ ଙ୍କୁ ବିସିସିଆଇ ତରଫରୁ ବିଶ୍ୱକପ ପାଇଁ ରିଜର୍ଭ ଖେଳାଳି ଙ୍କ ମଧ୍ୟରେ ରଖା ଯାଇଥିଲା। ଏହା ପରେ ମଧ୍ୟ ବିଶ୍ୱକପ ରେ ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ ଆଉ ନମ୍ବର ୪ ରେ ଖେଳୁଥିବା ବିଜୟ ଶଙ୍କର ଙ୍କ ଘାଇଲା ହେବାପରେ ମଧ୍ୟ ରାୟୁଡୁ ଙ୍କୁ ଟିମ ରେ ସାମିଲ କରାଯାଇନଥିଲା। ସେହିପରି ଋଷଭ ପନ୍ତ ଏବଂ ମୟଙ୍କ ଅଗ୍ରୱାଲ ଙ୍କୁ ତାଙ୍କ ଜାଗା ରେ ସାମିଲ କରାଯାଇଥିଲା। ଏହି କଥା ଉପରେ ନିରାଶ ହୋଇ ଅମ୍ବାତି ରାୟୁଡୁ କ୍ରିକେଟ ଠାରୁ ବିଦାୟ ନେଇଯାଇଥିଲେ।
ଅମ୍ବାତି ରାୟୁଡୁ ଙ୍କ କ୍ରିକେଟ ରୁ ସନ୍ୟାସ ନେବା ପରେ ଆୟରଲ୍ୟାଣ୍ଡ କ୍ରିକେଟ ତାଙ୍କୁ ଅଫର ପଠାଇ ଥିଲା ଆଉ ସେ ସେହି ଅଫର କୁ ସ୍ୱୀକାର କରିନେଇଥିଲେ। ସେ ଏବେ ଆୟରଲ୍ୟାଣ୍ଡ ଚାଲି ଯାଇଛନ୍ତି ଆଉ ସେଠାରେ ଘରୋଇ କ୍ରିକେଟ ମଧ୍ୟରେ ସାନଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅମ୍ବାତି ରାୟୁଡୁ ଆୟରଲ୍ୟାଣ୍ଡ ର ଘରୋଇ କ୍ରିକେଟ ମଧ୍ୟରେ ଟି-୨୦ ଶୃଙ୍ଖଳା ସମୟରେ ୫୮ ବୋଲ ରେ ୧୦୦ ରନ ର ବିସ୍ପୋଟକ ଇନିଙ୍ଗ ଖେଳି ଭାରତୀୟ ଚୟନକର୍ତ୍ତା ଙ୍କୁ ଶକ୍ତ ଜବାବ ଦେଇଥିଲେ। ଆୟରଲ୍ୟାଣ୍ଡ ଅମ୍ବାତି ରାୟୁଡୁ ଙ୍କୁ ନିଜର ନେସନାଲ କ୍ରିକେଟ ଟିମ ର କ୍ୟାପଟେନ ବନିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି ଆଉ ହୋଇପାରେ ରାୟୁଡୁ ଆୟରଲ୍ୟାଣ୍ଡ ର କ୍ୟାପଟେନ ପଦ ରେ ଦେଖାଯିବେ।