ମସିହା ୨୦୨୦ ରେ ଏହି ରାଶିମାନଙ୍କ ଅଟକି ରହିଥିବା ବିବାହ ହୋଇଯାଇପାରେ, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ
୨୦୨୦ ମସିହାରେ ରାହୁ ଓ କେତୁ ଗ୍ରହ ଶାନ୍ତ ହୋଇ ଯାଇଛନ୍ତି । ଏହାର ପ୍ରଭାବ ରେ କିଛି ରାଶି ଉପରେ କୃପା ଦୃଷ୍ଟି ପଡିବ । ଆଜି ସେହି ରାଶି ମାନଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ:-
୧. ମେଷ : ଆଗାମୀ ୨୦୨୦ ମସିହାରେ ଏହି ରାଶି ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିବ ଏବଂ ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତି ହେବ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କୁ ପୁର୍ଣ୍ଣ ସମର୍ଥନ କରିବ। ଆଗାମୀ ସମୟରେ ଆପଣ ବହୁତ ଖୁସି ପାଇପାରିବେ ଓ ଆପଣଙ୍କ ଜୀବନରେ ଏକ ନୂତନ ମୋଡ ଆସିବ ଯାହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ଶୁଭଫଳ ପ୍ରାପ୍ତି କରିବେ।
୨. ମିଥୁନ : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଆଗାମୀ ୨୦୨୦ ମସିହାରେ ରାହୁ, କେତୁ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି ଓ ଆପଣ ନିଜ ପରିବାର ସହିତ ଖୁସିରେ ରହିବେ ଏବଂ ଅଧିକ ସମୟ ଅତିବାହିତ କରିବେ। ଆପଣ ପ୍ରଚୁର ଧନ ଉପାର୍ଜନ କରିବା ସୌଭାଗ୍ୟ ପାଇବେ।
୩. କନ୍ୟା : ଏହି ରାଶିର ବ୍ୟକ୍ତିଙ୍କ ଉପରେ ରାହୁ ଓ କେତୁ ଶାନ୍ତ ରହିବା କାରଣରୁ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ଓ ନିଜର ପ୍ରତିଭା କାରଣରୁ ଅଧିକ ପରିଚିତ ହେବେ। ଧନ ଉପାର୍ଜନ କରିବା ସଂଯୋଗ ମଧ୍ୟ ରହିଛି।
୪. କୁମ୍ଭ : ଏହି ରାଶି ମାନଙ୍କ ଉପରେ ଶୁଭଦୃଷ୍ଟି ପଡିବାରୁ ଏମାନଙ୍କ ଅଟକି ରହିଥିବା ବିବାହ ଏହି ବର୍ଷ ସମ୍ପର୍ଣ ହୋଇପାରେ । ଏହା ସହିତ ଆଗାମୀ ସମୟରେ ମଧ୍ୟ ଶୁଭ ଫଳ ପାଇବେ ।