ରଥଯାତ୍ରାରେ ବଦଳିବ ଏହି ୫ ରାଶିର ଭାଗ୍ୟ, ସୁଖଃଶାନ୍ତି ବଢିବା ସହିତ ହେବ ଧନପ୍ରାପ୍ତି, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ
୫୩ ବର୍ଷ ପରେ ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡିଛି । ସେଥିପାଇଁ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା। ଏହି ଅବସରରେ କିଛି ରାଶିଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଛି। ଫଳରେ ଏହି ରାଶିମାନଙ୍କର ଭାଗ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
୧. ସିଂହ ରାଶି:- ରଥଯାତ୍ରା ସମୟରେ ସିଂହ ରାଶି ଥିବା ଲୋକଙ୍କ ଉପରେ ମହାପ୍ରଭୁଙ୍କର ଆଶୀର୍ବାଦ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଉତ୍ତମ ବୁଝାମଣା ରହିବ। ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଅଛି।
୨. ବୃଷ ରାଶି:- ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ବହୁ ସଫଳତା ମିଳିବା ସହିତ ଆକସ୍ମିକ ଧନପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଅଛି।
୩. ତୁଳା ରାଶି:- ପବିତ୍ର ରଥଯାତ୍ରା ଅବସରରେ ଏହି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଅଛି। ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇପାରନ୍ତି। ମନ ମସ୍ତିଷ୍କ ଭଲ ରହିବା ସହିତ ଆର୍ଥିକ ଅବସ୍ଥାରେ ସୁଧାର ଦେଖାଦେବ।
୪. କନ୍ୟା ରାଶି:- ରଥଯାତ୍ରା ଅବସରରେ କନ୍ୟା ରାଶିର ବ୍ୟକ୍ତିବିଶେଷ ବେସ୍ ଲାଭବାନ ହେବେ। ପରିଶ୍ରମର ଉଚିତ ଫଳ ମିଳିବା ସହିତ କାହାରି କୁନଜ଼ର ଠାରୁ ଦୂରେଇ ରହିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ।
୫. କୁମ୍ଭ ରାଶି:- ଏହି ରାଶିର ଲୋକମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବ। ଗୁରୁଜନଙ୍କ ଆଶୀର୍ବାଦ ନେଇ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ। ଅଯଥା ଚିନ୍ତା ଏବଂ ଜୀବନରେ ଲାଗି ରହୁଥିବା କଷ୍ଟରୁ ଆପଣ ମୁକ୍ତି ପାଇପାରିବେ।