ଚାଲିଛି ନବରାତ୍ରୀ! ଏହି ୬ ରାଶିର ଲୋକଙ୍କୁ ମିଳିବ ସୁଫଳ, ଧନବାନ ହେବା ସହିତ ଫିଟିବ ଭାଗ୍ୟ….

 
Nabaratri

ଚଳିତ ବର୍ଷର ଶାରଦୀୟ ନବରାତ୍ରୀ ୯ ଦିନ ଧରି ଚାଲିବ। ଏହି ନବରାତ୍ରୀ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏବଂ ୨୪ ଅକ୍ଟୋବରରେ ଦଶହରା ପାଳନ କରାଯିବ। ଏହି ନବରାତ୍ରୀ ୬ଟି ରାଶିର ଲୋକଙ୍କ ଜୀବନରେ ଖୁସି ଆଣିଦେବ। ମାତା ଦୁର୍ଗାଙ୍କର ଆଶୀର୍ବାଦ ତାଙ୍କ ସହିତ ସବୁବେଳେ ରହିବ। କ୍ୟାରିଅର ହେଉ ଅଥବା ଆର୍ଥିକ ପରିସ୍ଥିତି ସବୁଥିରେ ଅଗ୍ରଗତି ଦେଖାଦେବ। ତେବେ, ଆସନ୍ତୁ ଏହି ୬ ରାଶିଙ୍କ ଭାଗ୍ୟ ବିଷୟରେ ଜାଣିବା:-

୧. ମେଷ: ଶାରଦୀୟ ନବରାତ୍ରୀ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଯେଉଁମାନେ ପ୍ରେମ ସଂପର୍କରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅନୁକୂଳ ଅଟେ। ସେମାନଙ୍କ ସମ୍ପର୍କ ଆହୁରି ସୁଦୃଢ଼ ହେବ। ବ୍ୟବସାୟ ସହିତ ଜଡିତ ଲୋକେ ଯାତ୍ରା କରିବେ, ଯାହା ସେମାନଙ୍କ ପାଇଁ ଏହା ନୂତନ ସମ୍ପର୍କ ଏବଂ ସମ୍ଭାବନା ସୃଷ୍ଟି କରିବ। ଯାହାଫଳରେ ଏହି ଲୋକମାନଙ୍କ ସାହାଯ୍ୟରେ ଆଗକୁ ବଡ ଡିଲ୍ ହାସଲ ହୋଇପାରିବ।

Mesa

୨. ସିଂହ:- ମା ଦୁର୍ଗାଙ୍କ ଆଶୀର୍ବାଦ ଏହି ରାଶିର ଲୋକଙ୍କ ଉପରେ ରହିବ। ଏହି ସମୟ ମଧ୍ୟରେ ଆପଣ ନିଜର କଠିନ ପରିଶ୍ରମର ଶୁଭ ଫଳାଫଳ ପାଇପାରନ୍ତି। ନୂତନ ବିବାହିତଙ୍କ ପାଇଁ ସନ୍ତାନ ପ୍ରାପ୍ତିରା ସୁଯୋଗ ରହିଛି। କିଛି ଲୋକଙ୍କ ବିବାହ ମଧ୍ୟ ନିଶ୍ଚିତ ହୋଇପାରେ। ପାରିବାରିକ ଏବଂ ପ୍ରେମ ଜୀବନ ସୁଖମୟ ହେବ।

Singha

୩. କନ୍ୟା:- ନବରାତ୍ରୀ ସମୟରେ ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଖର୍ଚ୍ଚ ମଧ୍ୟ ପୂର୍ବ ଅପେକ୍ଷା କମ୍ ରହିବ। ଆର୍ଥିକ ସ୍ଥିତିର ମଜବୁତ ହେତୁ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବ। ଏହି ସମୟ ଦାମ୍ପତ୍ୟ ଜୀବନ ପାଇଁ ଭଲ ସାବ୍ୟସ୍ତ ହେବ, ଜୀବନସାଥୀଙ୍କଠାରୁ ଆପଣ ସମ୍ପୂର୍ଣ୍ଣ ସମର୍ଥନ ପାଇ ପାରିବେ।

Kanya

୪. ଧନୁ ରାଶି:- ମା ଦୁର୍ଗାଙ୍କ କୃପାରୁ, ନବରାତ୍ରୀ ସମୟରେ ଆପଣଙ୍କ ଆୟ ଧୃତ ଗତିରେ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହିତ ଏହାକୁ ବିସ୍ତାର କରିବାରେ ସଫଳ ହେବେ। ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି।

Dhanu

୫. ମକର ରାଶି:- ଏହି ରାଶିର ଚାକିରିଆ ବ୍ୟକ୍ତିବିଶେଷଙ୍କର ପଦୋନ୍ନତି ହେବାର ସମ୍ଭାବନା ଉଜ୍ଜ୍ୱଳ ଅଟେ। କିନ୍ତୁ, ମନେରଖନ୍ତୁ ଆପଣ ବେପରୁଆ ହୁଅନ୍ତୁ ନାହିଁ। ଏହା ବ୍ୟତୀତ ଅଫିସର କୌଣସି ରାଜନୀତିରେ ଭାଗ ନିଅନ୍ତୁନାହିଁ। ବ୍ୟବସାୟ ଶ୍ରେଣୀକୁ ସଂଯମତା ସହିତ କାର୍ଯ୍ୟ କରିବାକୁ ପଡିବ, ଯାହା ଲାଭ ବୃଦ୍ଧି କରିବ। ବିବାହିତ ଜୀବନ ସୁଖମୟ ହେବ।

Makar

୬. ମିନ ରାଶି:- ନବରାତ୍ରୀର ସମୟ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ। ବ୍ୟବସାୟରେ ଉନ୍ନତି ହେବ, ଆପଣଙ୍କ ଆର୍ଥିକ ପକ୍ଷ ମଝଭୁତ ରହିବ। ଆପଣଙ୍କ କ୍ଷେତ୍ରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ। ଚାକିରିଆ ଲୋକଙ୍କ ପାଇଁ ସମୟ ଅନୁକୂଳ ହେବ। ବସ୍ ଆପଣଙ୍କ ଉପରେ ଖୁସି ହେବ ଏବଂ ଆପଣ ସହକର୍ମୀଙ୍କଠାରୁ ମଧ୍ୟ ସାହାଯ୍ୟ ପାଇବେ।

Mina

 

ଆହୁରି ପଢ଼ନ୍ତୁ:- ଇସ୍ରାଏଲ ନଥିଲେ କଣ କରିଥାନ୍ତା ଭାରତ? ପାକିସ୍ତାନ ସୈନ୍ୟ ଆଗରେ ଭାରତ କରିଥାନ୍ତା ଆତ୍ମସମର୍ପଣ, ଜାଣନ୍ତୁ ପୁରା ଖବର