୨୦୨୪ ବର୍ଷରେ ପ୍ରଭାବିତ ହେବାକୁ ଯାଉଛନ୍ତି ଏହି ରାଶିର ଲୋକମାନେ, ଶନିଙ୍କ ପ୍ରଭାବ ହେତୁ ହୋଇପାରେ ଦୁର୍ଘଟଣା, ରୁହନ୍ତୁ ସତର୍କ

 
2024 year
ଆଉ ଗୋଟିଏ ଦିନ ପରେ ସରିବାକୁ ଯାଉଛି ୨୦୨୩ ମସିହା । ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଅଛି ନୂଆବର୍ଷ ୨୦୨୪ ମସିହା ।୨୦୨୪ ମସିହାକୁ ନେଇ ଲୋକ ମାନଙ୍କ ମନରେ ଅନେକ ନୂଆ ଆଶା ଓ ଆକାଂକ୍ଷା ରହିଥିବ ନିଶ୍ଚୟ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୪ ମସିହାଟି ପ୍ରାୟ ସମସ୍ତଙ୍କ ପାଇଁ ଭଲ ରହିଛି । କିଛି ଜ୍ୟୋତିଷଜ୍ଞ ଏହାକୁ ସମୃଦ୍ଧିର ବର୍ଷ ବୋଲି କହିଛନ୍ତି । 

2024

ତେବେ ସେ ଯାହା ହେଉ ନା କାହିଁକି ଶୁଭ ଅଶୁଭ , ସୁଖ ଦୁଃଖ ଜୀବନର ଏକ ଅଂଶ । ଜୀବନ ମଧ୍ୟରେ ଆମକୁ ଏ ସବୁର ସାମ୍ନା କରିବାକୁ ପଡ଼ିବ । କୌଣସି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ଯାଇ ଏହାକୁ ସାହସର ସହିତ ସାମ୍ନା କରିବା ହିଁ ହେଉଛି ଆମର କର୍ତ୍ତବ୍ୟ । ଜ୍ୟୋତିଷଙ୍କ ଗଣନା ଅନୁସାରେ ଏହି ବର୍ଷ ଟି କେତେକ ରାଶିଙ୍କୁ ବିଶେଷ ଭାବେ ପ୍ରଭାବିତ କରିବାକୁ ଯାଉଛି ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ଗୁଡ଼ିକ ଏହି ବର୍ଷରେ ବେଶ୍ ପ୍ରଭାବିତ ହେବେ ?

ମିଥୁନ ରାଶି :

ଏହି ରାଶିର ଲୋକ ମାନେ ୨୦୨୪ ମସିହାରେ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ । ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ । ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ବିଭିନ୍ନ ଦିଗରୁ ସମସ୍ୟା ଦେଖା ଦେଇପାରେ ।

କର୍କଟ ରାଶି :

ଶନିଙ୍କ ପ୍ରଭାବ ହେତୁ ଏହି ରାଶିର ଲୋକ ମାନଙ୍କ ଜୀବନରେ ବାଧା ବିଘ୍ନ ଉପୁଜିବ । ଶାରିରୀକ ମାନସିକ ଯନ୍ତ୍ରଣା ପାଇ ପାରନ୍ତି । ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ପାରିବାରିକ ଓ ସାମାଜିକ ଜୀବନରେ ବିଭିନ୍ନ ଅସୁବିଧାର ସାମ୍ନା କରି ପାରନ୍ତି ।