ମହାଶିବରାତ୍ରୀରେ ସୃଷ୍ଟି ହେବାକୁ ଯାଉଛି ବହୁତ ଖାସ୍ ସଂଯୋଗ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବ ହେବେ ପ୍ରସନ୍ନ

 
Shivratri horoscope
ମହା ଶିବରାତ୍ରୀ ହିନ୍ଦୁ ଧର୍ମର ଏକ ବହୁ ପ୍ରାଚୀନ ଏବଂ ବିଶ୍ଵ ପ୍ରସିଦ୍ଧ ଦିନ ଅଟେ । ଯାହାର ବିଶେଷ ଭାବେ ନିର୍ଦ୍ଧିଷ୍ଟ କେତେ ଗୁଡ଼ିଏ ବିଶେଷତ୍ଵ ରହିଛି । ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଦିନ ମହାଶିବରାତ୍ରି ପାଳିତ ହେବାକୁ ଯାଉଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଶେଷ ଖାସ୍ ହେବାକୁ ଯାଉଛି । 

R

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ମହା ଶିବରାତ୍ରୀରେ ଅନେକ ଗୁଡ଼ିଏ ଖାସ୍ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହା ଅନେକ ଗୁଡ଼ିଏ ରାଶି ମାନଙ୍କ ଜୀବନରେ ଶୁଭ ଦାୟକ ରହିବ । ସର୍ବାଧି ସିଦ୍ଧି ଯୋଗ , ଶିବ ଯୋଗ , ସିଦ୍ଧ ଯୋଗ , ଶ୍ରବଣ ନକ୍ଷତ୍ର ଯୋଗ ଆଦି ମହା ଶିବରାତ୍ରୀରେ ସୃଷ୍ଟି ହେବାକୁ ଯାଉଛି । ଏହା ସହିତ ମାସିକ ଶିବରାତ୍ରୀ ଓ ପ୍ରଦୋଷ ବ୍ରତର ସଂଯୋଗ ମଧ୍ୟ ସୃଷ୍ଟି ହେବ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ ରାଶି ମାନଙ୍କ ପାଇଁ ଫଳପ୍ରଦ ରହିବ ।

ବୃଷ ରାଶି :

ମହା ଶିବରାତ୍ରୀ ଠାରୁ ଏହି ଲୋକ ମାନଙ୍କର ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖାଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ତଥା ବ୍ୟବସାୟିକ ଜୀବନରେ ସ୍ଥିରତା ଲାଗି ରହିବ । କିଛି ଶୁଭ ଖବର ମିଳିପାରେ ।

ସିଂହ ରାଶି :

ସ୍ବାସ୍ଥ୍ୟ ଭଲ ରହିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ବ୍ୟବସାୟରେ ମଧ୍ୟ ଲାଭବାନ୍ ହେବେ । ବୁଦ୍ଧିମତାର ସହ କାର୍ଯ୍ୟ କରନ୍ତୁ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା ରାଶି :

ତୁଳା ରାଶିର ଲୋକ ମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ଏକ ବଡ଼ ରକମ ମିଳିପାରେ । ପାରିବାରିକ , ସାମାଜିକ ତଥା କର୍ମକ୍ଷେତ୍ରରେ ଆଗକୁ ଯିବେ ।

କୁମ୍ଭ ରାଶି :

କର୍ମ କ୍ଷେତ୍ରରେ ଆଗକୁ ଯିବେ । ସ୍ବାସ୍ଥ୍ୟ ଗତ ସମସ୍ୟା କିଛି ପୂର୍ବରୁ ଥିଲେ ସେଥିରେ ସୁଧାର ଆସିବ । ଖୁସି ଖବର ପାଇବେ । ବିବାହର ଯୋଗ ସୃଷ୍ଟି ହେବ ।