ବସନ୍ତ ପଞ୍ଚମୀରେ ଦୁର୍ଲଭ ସଂଯୋଗ, ମା ସରସ୍ବତୀଙ୍କ କୃପାରୁ ବଦଳିବ ଏହି ୪ଟି ରାଶିର ଭାଗ୍ୟ, ଆସିବ ଭଲ ଦିନ

 
Basant panchmi

ଚଳିତ ବର୍ଷ ବିଦ୍ୟା ଦାୟିନୀ ମା ସରସ୍ବତୀ ତଥା ବସନ୍ତ ପଞ୍ଚମୀ ଫେବୃୟାରୀ ୧୪ ତାରିଖରେ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଏକ ବିଶେଷ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବ ୪ଟି ରାଶିଙ୍କ ଉପରେ ଖୁବ୍ ଭଲ ରହିଛି ।

ତ୍

ଚଳିତ ବର୍ଷ ବସନ୍ତ ପଞ୍ଚମୀରେ ରେବତିଙ୍କ ସହ ଅଶ୍ଵିନୀ ନକ୍ଷତ୍ରର ଏକ ବିଶେଷ ସଂଯୋଗ ଘଟିବ । ଏହା ସହିତ ତ୍ରିଗ୍ରହି ଯୋଗ ମଧ୍ୟ ସୃଷ୍ଟି ହେବ । ଶୁଭ ଯୋଗ , ରବି ଯୋଗ ମଧ୍ଯ ସୃଷ୍ଟି ହେବ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଶୁକ୍ର , ମଙ୍ଗଳ , ବୁଧ ଗ୍ରହର ମିଳନ ହେତୁ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଆହୁରି ମଧ୍ଯ ମେଷ ରାଶିରେ ଚନ୍ଦ୍ର ଏବଂ ବୃହସ୍ପତି ମିଳନ ହେତୁ ରାଜ ଯୋଗ ସୃଷ୍ଟି ହେବ । ଏପରି ବିରଳ ମିଶ୍ରଣ ପ୍ରାୟ ସମସ୍ତ ରାଶିଙ୍କ ଉପରେ ଭଲ ପ୍ରଭାବ ପକାଇବ । ହେଲେ ନିର୍ଦ୍ଧିଷ୍ଟ ୪ଟି ରାଶିର ଲୋକଙ୍କ ଉପରେ ଶୁଭ ରହିବ । 

ତେବେ ଆସନ୍ତୁ ଜାଣିବା କଣ ରାହିଛି ଏହି ୪ଟି ରାଶି ।

ମେଷ ରାଶି :

ମେଷ ରାଶିର ଲୋକ ମାନେ ବସନ୍ତ ପଞ୍ଚମୀ ଅବସରରେ ଅଧିକ ଉପକୃତ ହେବେ । ବ୍ୟବସାୟରେ ଲାଭ ବାନ୍ ହେବେ । ଦୀର୍ଘ ଦିନର ଲାଗି ରହିଥିବା ସମସ୍ୟାରୁ ତ୍ରାହି ପାଇବେ । ବିବାହ ଯୋଗ ସୃଷ୍ଟି ହେବ ।

ମିଥୁନ ରାଶି :

ପଦ ଉନ୍ନତି ହେବ । କର୍ମ କ୍ଷେତ୍ରରେ ଲାଭ ବାନ ହେବେ । ବିଦ୍ୟାର୍ଥୀଙ୍କ ଲାଗି ମଧ୍ଯ ଭଲ ସୁଯୋଗ ରହିଛି । ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିବେ ।

ବିଛା ରାଶି :

ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଆୟ ରେ ବୃଦ୍ଧି ଘଟିବ । ପାରିବାରିକ ଓ ସାମାଜିକ ସମ୍ପର୍କ ସ୍ଥାପିତ ହେବ । ରୋଜଗାର ମିଳିବ ।

ମୀନ ରାଶି :

ପ୍ରେମରେ ପଡ଼ି ପାରନ୍ତି । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଧାର୍ମିକ ମନୋଭାବ ବଢିବ ।