ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ଟି ରାଶିର ଲୋକଙ୍କ ଜୀବନରେ ଲକ୍ଷ୍ମୀ କରିବେ ପ୍ରବେଶ, ରହିବନି ଧନର ଅଭାବ

 
Maa laxmi

କାର୍ତ୍ତିକ ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଛି ଗୃହଲକ୍ଷ୍ମୀ ଯୋଗ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ବେଳେ ଏପରି ଅଦ୍ଭୁତ ଯୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ହେତୁ କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଏକ ଶୁଭ ଯୋଗ । ଶୁକ୍ର ଓ ବୃହସ୍ପତି ଦୁହେଁ ଏକତ୍ର ମିଶି ଗୃହଲକ୍ଷ୍ମୀ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି ।

Laxmi

ଗୃହଲକ୍ଷ୍ମୀ ଯୋଗ ଅତ୍ୟନ୍ତ ଶୁଭଙ୍କର ଅଟେ । ଏପରି ଯୋଗ ସୃଷ୍ଟି ହେବା ଦ୍ବାରା ଏହା ଲୋକଙ୍କ ଜୀବନରେ ସୁଖ , ସମୃଦ୍ଧି ଆଣି ଦେଇଥାଏ । ଶାସ୍ତ୍ର କୁହେ ଯେତେବେଳେ ଶୁକ୍ର , ବୁଧ ଏବଂ ବୃହସ୍ପତି ଏହି ତିନୋଟି ଗ୍ରହ ମାନଙ୍କର ଉଚ୍ଚ ସ୍ଥାନରେ ରହିବା ଫଳରେ ଗୃହଲକ୍ଷ୍ମୀ ଯୋଗ ସୃଷ୍ଟି ହୋଇଥାଏ । ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଦିନ କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର । ଯାହାର ପ୍ରଭାବ କିଛି ଅନ୍ୟ ରାଶି ମାନଙ୍କ ପାଇଁ ସୌଭାଗ୍ୟ ଓ ଧନର ବର୍ଷା କରାଇବ ।

ବିଶେଷ କରି ଏହି ତିନୋଟି ରାଶିର ଲୋକଙ୍କର ଭାଗ୍ୟ ଓ ଭବିଷ୍ୟତରେ ଲକ୍ଷ୍ମୀଙ୍କର ବିରାଜମାନ ଦେଖାଦେବ । ତେବେ କଣ ରହିଛି ସେହି ତିନୋଟି ରାଶି  ?

* ବୃଷ ରାଶି : ଗୃହଲକ୍ଷ୍ମୀ ଯୋଗ ଏହି ରାଶିର ଲୋକ ମାନଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣି ଦେବ । ଧନର ଅଭାବ ରହିବ ନାହିଁ । ସମାଜରେ ପ୍ରତିଷ୍ଠିତ ହେବେ । ଅଟକି ରହିଥିବା କାମ ଜଲଦି ସରିବ ।

* ସିଂହ ରାଶି : ଏହି ରାଶିର ଲୋକ ମାନେ ଅର୍ଥନୈତିକ କ୍ଷେତ୍ରରେ ବେଶ୍ ଉନ୍ନତି କରିବେ । ଯଦି ଆପଣ ବ୍ୟବସାୟୀ ଅଟନ୍ତି ତେବେ ସମୟଟିର ଫାଇଦା ଉଠାନ୍ତୁ । ମାତାଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ସହ ରହିବ ।

* କୁମ୍ଭ ରାଶି  : ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ସମ୍ମାନ ଓ ସଫଳତା ମିଳିବ । ଗୃହ କିଣି ପାରିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ ।