ଗୁରୁ ଗୋଚର ୨୦୨୫: ଗତିପଥ ବଦଳାଇବେ ବୃହସ୍ପତି, ଏହି ୩ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ

 
Guru gochar

ଅନେକ ଗ୍ରହ ଚଳନ ହେତୁ ରାଶି ଗୁଡିକ ଉପରେ ଏହାର ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପଡିଥାଏ। ଚୈତ୍ର ନବରାତ୍ରି ପରେ ବୃହସ୍ପତି ବୃଷ ରାଶି ଛାଡ଼ି ମିଥୁନରେ ପ୍ରବେଶ କରିବେ। ଏହାର ଶୁଭ ପ୍ରଭାବ ୩ଟି ରାଶି ଉପରେ ପଡିବ:-

୧. ମିଥୁନ ରାଶି:- ଦେବଗୁରୁ ବୃହସ୍ପତିଙ୍କ ଚଳନ ହେତୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଖାସ୍ ସୁଫଳ ମିଳିପାରିବ। ଆପଣଙ୍କ ବ୍ୟକ୍ତିତ୍ୱରେ ଅଭିବୃଦ୍ଧି ହେବା ସହିତ ବୈବାହିକ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇପାରିବେ। ବିଭିନ୍ନ ସ୍ଥାନରୁ ଧନଲାଭ ହେବ, କାମରେ ସଫଳତା ମିଳିବା ସହିତ ନୂଆ କ୍ଷେତ୍ରରେ ଚାକିରୀର ସମ୍ଭାବନା ରହିଛି।

୨. ମକର ରାଶି:- ବୃହସ୍ପତି ଏହି ରାଶିର ଦଶମ ଘରେ ଚଳନ କରିବେ। ଦଶମ ଘର ବ୍ୟବସାୟ, କ୍ୟାରିଅର ଏବଂ କର୍ମକ୍ଷେତ୍ର ସହିତ ଜଡିତ ଅଟେ। ଯାହାଫଳରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରୀ ମିଳିବା ସହିତ ଟଙ୍କା ରୋଜଗାର କରିବାର ସମ୍ଭାବନା ବଢିଯିବ।

୩. ସିଂହ ରାଶି:- ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭଫଳ ଦେବ। ବୃହସ୍ପତି ଏହି ରାଶିର ଏକାଦଶ ଅର୍ଥାତ ଲାଭସ୍ତ ସ୍ଥାନରେ ରହିବେ। ଯେଉଁଥିପାଇଁ ଆପଣଙ୍କୁ କ୍ୟାରିଅରରେ ଆଗକୁ ବଢିବା ପାଇଁ ନୂଆ ଉତ୍ସ ମିଳିବ। ଅର୍ଥନୈତିକ ସୁଫଳ ମିଳିବା ସହିତ କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତି ଦେଖାଦେବ।