ପଡ଼ିବାକୁ ଯାଉଛି ଗୁରୁ ଚଣ୍ଡାଳ ଯୋଗ, ଏହି ୩ଟି ରାଶିର ଲୋକେ ହୋଇ ଯାଆନ୍ତୁ ସତର୍କ 

 
Guru chandal
ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ଗ୍ରହ ମାନଙ୍କ ରାଶି ପରିବର୍ତ୍ତନ ହେତୁ ମାନବ ଜୀବନରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଗ୍ରହ ମାନଙ୍କ ରାଶି ପରିବର୍ତ୍ତନ ଦ୍ଵାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ଗୁଡ଼ିକ କେତେକ ରାଶି ପାଇଁ ଶୁଭ ଫଳ ଆଣି ଦେଇଥାଏ ତ କେତେକ ରାଶି ପାଇଁ ଅଶୁଭ ଫଳ ।

ଗ

ଜ୍ୟୋତିଷ ଗଣନା ଅନୁସାରେ ଗୁରୁ ଚଣ୍ଡାଳ ଯୋଗ ମେଷ ରାଶିରେ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ବୃହସ୍ପତି ଓ ରାହୁଙ୍କ ମିଶ୍ରଣ ଦ୍ଵାରା ସୃଷ୍ଟି ହେବ । ଏହି ଯୋଗ ଯୋଗୁଁ କିଛି ରାଶିର ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇ ପାରେ । ତେଣୁ ସେମାନେ ସତର୍କ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହି ପ୍ରଭାବ କେଉଁ ରାଶି ଉପରେ ପଡ଼ିବାକୁ ଯାଉଛି ।

ମେଷ ରାଶି : ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଶାରିରୀକ ଓ ମାନସିକ ସ୍ତରରେ ମଧ୍ୟ ଅଶାନ୍ତି ଦେଖା ଦେବ । ଏହି ସମୟରେ କୌଣସି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭଗବାନଙ୍କୁ ସ୍ମରଣ କରନ୍ତୁ ।

ମିଥୁନ ରାଶି : ଅର୍ଥର ସମସ୍ୟା ଦେଖା ଦେବ । ଅନ୍ୟାନ୍ୟ ସମସ୍ୟାର ସାମ୍ନା କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧ୍ୟ ଅଶାନ୍ତି ଦେଖା ଦେବ । ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖା ଦେବ ।

କନ୍ୟା ରାଶି : ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଧୈର୍ଯ୍ୟର ସହ କାମ କରନ୍ତୁ । ଦୂର ଜାଗାକୁ ଯାତ୍ରା କରନ୍ତୁ ନାହିଁ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।