ମହା ଶିବରାତ୍ରୀରେ ମହା ସଂଯୋଗ, ଯାହା ଏହିସବୁ ରାଶି ଉପରେ ପକାଇବ ବିଶେଷ ପ୍ରଭାବ, କାହା ପାଇଁ ଭଲ ତ କାହା ପାଇଁ ଖରାପ

 
Shivratri
ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ମହା ଶିବରାତ୍ରୀ । ଶିବରାତ୍ରୀର କିଛି ନିର୍ଦ୍ଧିଷ୍ଟ ବିଶେଷତ୍ଵ ରହିଥାଏ । ଅନ୍ୟ ପର୍ବ ଠାରୁ ଏହା ଟିକିଏ ଭିନ୍ନ ଅଟେ । ପ୍ରତି ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହା ଶିବରାତ୍ରୀ ପାଳିତ ହୋଇଥାଏ । ତେବେ ଅନ୍ୟ ଶିବରାତ୍ରୀ ଅପେକ୍ଷା ଏହି ବର୍ଷର ଶିବରାତ୍ରୀ କିଛି ଖାସ୍ ହେବାକୁ ଯାଉଛି ।

R

ଏହି ଦିନ କିଛି ଏପରି ବିରଳ ଯୋଗ ସୃଷ୍ଟି ହେବାକୁ ଯାଉଛି ଯାହା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣି ଦେଇପାରେ । ଏହି ଦିନ ସିଦ୍ଧ ଯୋଗ , ସର୍ବାଦ୍ଧି ସିଦ୍ଧ ଯୋଗ , ଶ୍ରବଣ ନକ୍ଷତ୍ର ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହାର ବିଶେଷ ପ୍ରଭାବ କେତୋଟି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ପାଇଁ ଏହି ମହା ଶିବରାତ୍ରୀଟି ବିଶେଷ ଫଳପ୍ରଦ ରହିବ...

ମେଷ ରାଶି :

ଏହି ରାଶିର ଲୋକ ମାନଙ୍କ ପାଇଁ ମହା ଶିବରାତ୍ରୀଟି ଅତ୍ୟନ୍ତ ଶୁଭ ରହିଛି । ସେମାନଙ୍କ ପାଇଁ ସବୁ କ୍ଷେତ୍ରରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଲାଭବାନ ହେବେ । କିଛି ଭଲ ଖବର ଶୁଣିବେ ।

ବୃଷ ରାଶି :

ଏହି ରାଶିର ଲୋକ ମାନଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖା ଦେବ । ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଧନ ପ୍ରାପ୍ତି ହେବ ।

ମକର ରାଶି :

ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ । ଜମି କିଣିବାର ସୁଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ବିବାହର ଭଲ ସୁଯୋଗ ରହିଛି ।