ଫେବୃୟାରୀରେ ସୂର୍ଯ୍ୟ, ବୁଧ ଏବଂ ମଙ୍ଗଳ ଗ୍ରହର ମିଳନ, ଏହି ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ

 
Rashi graha

୨୦୨୪ ମସିହା ଫେବୃୟାରୀ ମାସରେ ସୃଷ୍ଟି ହେବାକୁ ଯାଉଛି ଏପରି ଏକ ଯୋଗ ଯାହା ହୁଏ ତ ପୂର୍ବରୁ କେବେ ସୃଷ୍ଟି ହୋଇ ନ ଥିବ । ଏହି ମାସରେ ସୂର୍ଯ୍ୟ , ମଙ୍ଗଳ ଓ ବୁଧ ଗ୍ରହ ୩ଟିର ଏକ ବିଶେଷ ସୂତ୍ରରେ ମିଳନ ହେବାକୁ ଯାଉଛି । ଯାହାକୁ ଆଧାର କରି ସୃଷ୍ଟି ହେବାକୁ ଯାଉଛି ଏକ ମଙ୍ଗଳମୟ ଯୋଗ ଯାହା କେତେ ଗୁଡ଼ିଏ ରାଶି ମାନଙ୍କ ଉପରେ ନିଜର ବିଶେଷ ପ୍ରଭାବ ପକାଇବ ।

R

ଜାଣନ୍ତୁ କିପରି ଗଠିତ ହେବ ଏହି ଯୋଗ ?

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଫେବୃୟାରୀ ୫ ତାରିଖରେ ସୂର୍ଯ୍ୟ ଭଗବାନ ମକର ରାଶିରେ ନିଜର ପ୍ରଭାବ ବଜାୟ ରଖିବେ । ସୂର୍ଯ୍ୟଙ୍କ ପ୍ରଭାବ ସହିତ ମଙ୍ଗଳଙ୍କ ପ୍ରଭାବ ମଧ୍ୟ ମିଳିତ ଭାବେ ରହିବ । ଯେଉଁଥି ପାଇଁ ମଙ୍ଗଳ ଆଦିତ୍ୟ ଯୋଗ ଗଠନ ହେବ । ଏହା ସହିତ ଫେବୃୟାରୀ ୭ ତାରିଖରେ ବୁଧ ମଧ୍ୟ ଏହି ରାଶିରେ ପ୍ରବେଶ କରିବେ । ଯାହାର ପ୍ରଭାବରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ ।

ଜ୍ୟୋତିଷଙ୍କ ଗଣନା ଅନୁସାରେ ମକର ରାଶିରେ ଏହି ୩ଟି ରାଶିର ମିଳନ ଅତ୍ୟନ୍ତ ଶୁଭ ରହିବ । ଯାହା ବିଶେଷ କରି ୫ ଟି ରାଶିର ଲୋକଙ୍କ ଜୀବନରେ ଏକ ବିଶେଷ ପ୍ରଭାବ ପକାଇବ ।

Graha

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ୫ଟି ରାଶି ?

ମେଷ ରାଶି :

ଏହି ସମୟଟି ଆପଣଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିବ । ପୂର୍ବରୁ ଯଦି କୌଣସି କାର୍ଯ୍ୟ ଆପଣଙ୍କର ଅଟକି ରହିଛି ତେବେ ଏହା ଏହି ସମୟରେ ହିଁ ପୁରଣ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିବ । 

ସିଂହ ରାଶି :

ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ଘଟିବ । ନୂତନ ଆୟର ଉତ୍ସ ମିଳିବ। ଆର୍ଥିକ କ୍ଷେତ୍ରରେ ଓ ପାରିବାରିକ କ୍ଷେତ୍ରରେ ସନ୍ତୁଳନ ବଜାୟ ରହିବ ।

ମକର ରାଶି :

ବୁଧ ଗ୍ରହଙ୍କ ପ୍ରଭାବରେ ଜୀବନରେ ଖୁସି ଦେଖା ଦେବ । ଧନର ଅଭାବ ରହିବ ନାହିଁ । ସ୍ବାସ୍ଥ୍ୟ ଭଲ ରହିବ । 

ଧନୁ ରାଶି :

ବିବାହର ଯୋଗ ସୃଷ୍ଟି ହେବ । ପ୍ରେମ ସମ୍ପର୍କ ଭଲ ରହିବ । ଅଟକିଥିବା କାମ ସଂପୂର୍ଣ୍ଣ ହେବ । ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥତା ବଜାୟ ରହିବ ।

ମୀନ ରାଶି :

ଛାତ୍ର ଛାତ୍ରୀଙ୍କ ପାଇଁ ଭଲ ସୁଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । ଅଟକି ଥିବା ଧନକୁ ଫେରି ପାଇବେ ।