ଗ୍ରହର ସ୍ଥିତିରେ ହେଲା ବଡ଼ ପରିବର୍ତ୍ତନ, ଏହି ୭ ଟି ରାଶିଙ୍କ ଉପରେ ପଡିବ ପ୍ରଭାବ

 
7 rashi

ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ସ୍ଥିତିରେ ବହୁତ ପରିବର୍ତ୍ତନ ପରିଲିଖିତ ହୋଇଥାଏ। ଯାହାଦ୍ଵାରା ସମସ୍ତ ୧୨ଟି ରାଶି ପ୍ରଭାବିତ ହୋଇଥାଏ। ଯଦି ରାଶିରେ ଗ୍ରହର ସ୍ଥିତି ଭଲ ରହିଥାଏ ତେବେ ମଣିଷ ସୁଖରେ ଜୀବନ ଅତିବାହିତ କରେ। ଯଦି ରାଶିରେ ଗ୍ରହର ସ୍ଥିତି ଖରାପ ରହିଥାଏ ତେବେ ମଣିଷକୁ ଜୀବନରେ ବହୁତ ସାରା ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ଏହି ୭ ଟି ରାଶିଙ୍କ ବିଷୟରେ।

ମେଷ ରାଶିର ଲୋକମାନଙ୍କର ସମୟ ଭଲ ରହିବ। ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ପାଇଁ ଆପଣଙ୍କୁ ବହୁତ ଲାଭ ମିଳିବ। ଆପଣଙ୍କର ଅଟକିଥିବା ଧନ ମିଳିପାରିବ। ଘର ପରିବାରରେ ଆପଣଙ୍କର ସମ୍ମାନ ବଢିବ। ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କ ପାଇଁ ଲାଭ ଦାୟକ ରହିବ।

ମକର ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ ଓ ସୁଖ ପ୍ରଦାନ କରିବ। ଯେଉଁମାନେ ରାଜନୀତି ସହ ଜଡିତ, ତାଙ୍କୁ ଭଲ ଫଳ ମିଳିବ। ଆପଣଙ୍କର ଅଟକିଥିବା କାମ ପୁରା ହେବ। ଚେଷ୍ଟା କରୁଥିବା କାର୍ଯ୍ୟ ସଫଳ ହେବ। ଚାକିରିରେ ଉନ୍ନତି ହେବାର ସମ୍ଭାବନା ରହିଛି।

ମିଥୁନ ରାଶି ପାଇଁ ଶୁକ୍ରର ରାଶି ପରିବର୍ତ୍ତନର ପ୍ରଭାବ ଭାଗ୍ୟଶାଳି ରହିବ। ଶିକ୍ଷା କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ସଫଳତା ମିଳିବ। ନୂଆ କାର୍ଯ୍ୟରେ ମଧ୍ୟ ସଫଳତା ପାଇପାରିବେ। ବିଦେଶରୁ ମଧ୍ୟ ଭଲ ଖବର ମିଳିପାରେ। ଘର ପରିବାରର ବାତାରଣ ଭଲ ରହିବ। 

କନ୍ୟା ରାଶି ଲୋକମାନଙ୍କର ଜୀବନ ଶୁକ୍ରର ରାଶି ପରିବର୍ତ୍ତନ ପାଇଁ କଷ୍ଟକର ରହିବ। ଏହି ରାଶିର ଲୋକମାନେ ତାଙ୍କ ଗୁପ୍ତ ଶତୃଙ୍କ ଠାରୁ ବଞ୍ଚିକି ରହିବା ଆବଶ୍ୟକ। ବିଦ୍ୟାଥିମାନଙ୍କର ମନ ପାଠ ପଢାରେ ଲାଗିବ ନାହିଁ। ବ୍ୟପାର କ୍ଷେତ୍ରରେ ମଧ୍ୟ ଜଗି ରଖି ଚଳିବା ଆବଶ୍ୟକ କାରଣ କ୍ଷତି ହେବାର ସମ୍ଭାବନା ରହିଛି।

ମୀନ ରାଶି ଲୋକମାନଙ୍କର ଜୀବନ ଶୁକ୍ରର ରାଶି ପରିବର୍ତ୍ତନ ପାଇଁ ବ୍ୟସ୍ତତା ପୂର୍ଣ୍ଣ ରହିବ। ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ। ଆପଣଙ୍କ ଶତୃ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ। ଆପଣଙ୍କର ସାହସ ଓ ପରାକ୍ରମରେ ବୃଦ୍ଧି ଘଟିବ। ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟରେ ସଫଳତା ମିଳିବ, ଆଖ ପାଖ ଲୋକମାନଙ୍କ ଠାରୁ ସହଯୋଗ ମିଳିବ। ଦୂରଯାତ୍ରା ମଧ୍ୟ କରିପାରିବେ।

ତୁଳା ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଜଡିତ ଲୋକ ମାନଙ୍କୁ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ରହିବ। ଚାକିରିରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କ ସହ କାମ କରୁଥିବା ଲୋକମାନଙ୍କ ଠାରୁ ସହଯୋଗ ମିଳିବ।