ବୁଧଙ୍କର ରାଶି ଗୋଚର ହେତୁ ସୃଷ୍ଟି ହେଉଛି ରାଜଯୋଗ! ଏହି ୫ ରାଶିଙ୍କ ପାଇଁ ଆସିବ ବଡ଼ ଖୁସି ଖବର

 
Rasi

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସମସ୍ତ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରିଥାନ୍ତି। ଗ୍ରହମାନଙ୍କର ଏହି ଆଗମନ ରାଶି ଗୁଡିକ ଉପରେ ଖାସ୍ ପ୍ରଭାବ ପକାଇଥାଏ। ବୁଧଙ୍କୁ ଗ୍ରହ ମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଉଥିବା ବେଳେ ବୁଧ ଜୁନ ମାସଠାରୁ ସେପ୍ଟେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱରାଶି ମିଥୁନରେ ବିରାଜମାନ କରିବେ। ମିଥୁନ ରାଶିରେ ପୂର୍ବରୁ ସୂର୍ଯ୍ୟ ବିରାଜମାନ ଥିବାରୁ ବୁଧଙ୍କ ଗୋଚର ବା ରାଶି ପରିବର୍ତ୍ତନ ଫଳରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ ଯାହାକି ୫ଟି ରାଶି ପାଇଁ ରାଜ ଯୋଗ ସୃଷ୍ଟି କରିବ। Budha

୧. ମିଥୁନ ରାଶିରେ ବୁଧଙ୍କ ଗୋଚର ହେବା ହେତୁ ମିଥୁନ ରାଶିର ଲୋକଙ୍କ ପାଇଁ ବେସ୍ ଲାଭଦାୟକ ହେବ। ଏହାର ପ୍ରଭାବରେ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକେ ଲାଭାନ୍ବିତ ହେବେ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ସହିତ ଆର୍ଥିକ ସ୍ଥିତି ସୁଧୁରିବ। ଆକସ୍ମିକ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି। 

Mithun

୨. ବୁଧ ଗ୍ରହଙ୍କର ଏହି ଗୋଚର ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କର୍ମମୟ ଜୀବନ ଏବଂ ସାଂସାରିକ ଜୀବନରେ ସୁଖଃ ପ୍ରାପ୍ତି ହେବ। ଦୂରଯାତ୍ରା ମଙ୍ଗଳମୟ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

Brusha

୩. ମିଥୁନ ରାଶିରେ ବୁଧଙ୍କ ପ୍ରବେଶ ଯୋଗୁଁ ସୃଷ୍ଟି ହେଉଥିବା ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭଦାୟୀ ହେବେ। ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତି ହେବା ସହିତ ବ୍ୟବସାୟରେ ମଧ୍ୟ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ। 

Kanya

୪. ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ। ଅବିବାହିତଙ୍କ ବିବାହର ଯୋଗ ଫିଟିବ। ବ୍ୟବସାୟରେ ଲାଭାନ୍ବିତ ହେବେ, ଆର୍ଥିକ ସମସ୍ୟା ଦୂର ହେବ। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। 

Tula

୫. ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ସିଂହ ରାଶିର ଲୋକେ ଉପକୃତ ହେବେ। ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି, ବ୍ୟୟ କମିବା ସହିତ ଦିନକୁ ଦିନ ଆପଣଙ୍କ ଆୟ ବଢ଼ିବ। 

Singha