ଧନତେରାସ ଘଟୁଛି ଶୁଭ ସଂଯୋଗ, ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ବଢିବ ଧନ

 
ଧନତେରସ

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।  ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। 

ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଧନତେରାସ ଅବସରରେ କେଉଁ କେଉଁ ରାଶି ଅନୁସାରେ କଣ କିଣିବା ଆବଶ୍ୟକ। 

ଧନତେରସ

ମେଷ: ଏହି ରାଶିର ଲୋକମାନେ ସାଧାରଣତଃ  ଧନତେରାସ୍ ଦିନ ରୂପା ବାସନ କିଣିବା ଅତ୍ୟନ୍ତ ଶୁଭ। 

ବୃଷ: ବୃଷ ରାଶିର ଲୋକମାନେ ଏହିଦିନ ରୂପା -ବାସନ କିଣିବା ଶୁଭ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍। 

ମିଥୁନ: ଏହି ରାଶିର ଲୋକେ ପିତ୍ତଳ ବାସନ ବା ପାତ୍ର କିଣିବା ଅତ୍ୟନ୍ତ ଭଲ ବୋଲି କହିଛନ୍ତି ପଣ୍ତିତ ବା ଜ୍ୟୋତିର୍ବିଦ୍।

କର୍କଟ: ଏହି ରାଶିର ଲୋକେ ଧନତେରାସ୍ ରେ କୌଣସି ଧଳା ଜିନିଷ ବା ରୂପାମୁଦ୍ରା କିଣିବା ଭଲ। 

ସିଂହ : ଏହି ରାଶିର ଲୋକମାନେ ଗାଡି କିମ୍ବା ଅଳଙ୍କାର କ୍ରୟ କରିପାରିବେ।

କନ୍ୟା : ସୁନା ଅଳଙ୍କାର ବା ଜମି କ୍ରୟ କରିବା ଶୁଭ ହେବ।

ତୁଳା: ଧନତେରାସ୍ ଦିନ ଝାଡୁ କିଣିବା ଅତିବ ଶୁଭ ହେବ। 

ବିଛା: ଧନତେରାସ୍ ଦିନ ଧନିଆ କିଣିକି ଘରକୁ ଆଣିବା ଉଚିତ୍। ଫଳରେ ଆପଣ ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇପାରିବେ।

ଧନୁ: ଧନତେରାସ୍ ଦିନ ଗଣେଶଙ୍କ ମୂର୍ତ୍ତୀ କ୍ରୟ କରି ଘରକୁ ଆଣିଲେ ମଙ୍ଗଳ ହେବ।

ମକର : ହଳଦିଆ ପୋଷାକ ବା ହଳଦିଆ ଜିନିଷ କ୍ରୟ କରି ଘରକୁ ଆଣିବା ଉଚିତ୍। 

କୁମ୍ଭ: ଗଣେଶଙ୍କ ମୂର୍ତ୍ତୀ ସହିତ ରୂପାମୁଦ୍ରା କିଣିକି ଘରକୁ ଆଣିଲେ ମଙ୍ଗଳ ହେବ। 

ମୀନ: ଏହି ରାଶିର ଲୋକମାନେ ସୁନା କିମ୍ବା ପିତ୍ତଳ ସାମଗ୍ରୀ କିଣି ଘରକୁ ଆସିଲେ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।