୨ ମଇ ୨୦୧୯ ଗୁରୁବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ଶନିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଘଟିଯାଇଥିବା ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ନୀଚ୍ଚାରୋହୀ ମଙ୍ଗଳଙ୍କ କୁପ୍ରଭାବ ସ୍ବରୂପ ସ୍ବାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ। ଦୂର ସମ୍ପର୍କୀୟଙ୍କ ପାଇଁ ମନ ଉଦ୍ବେଗ ରହିପାରେ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍ବନ୍ଦ୍ୱ ସୃଷ୍ଟି ହୋଇପାରେ । ବୃଷ: ଉଚ୍ଚସ୍ଥ ଶୁକ୍ର ସମସ୍ତ ସୁଖ ସୁବିଧା ଉପକରଣ ଯୋଗଇଲେ ମଧ୍ୟ ଅଷ୍ଟମସ୍ଥ ଶନି ପ୍ରଭାବରେ ଉପଭୋଗ୍ୟ ନହୋଇପାରେ। କର୍ମ
 
୨ ମଇ ୨୦୧୯ ଗୁରୁବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ଶନିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଘଟିଯାଇଥିବା ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ନୀଚ୍ଚାରୋହୀ ମଙ୍ଗଳଙ୍କ କୁପ୍ରଭାବ ସ୍ବରୂପ ସ୍ବାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ। ଦୂର ସମ୍ପର୍କୀୟଙ୍କ ପାଇଁ ମନ ଉଦ୍‌ବେଗ ରହିପାରେ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହୋଇପାରେ ।

ବୃଷ: ଉଚ୍ଚସ୍ଥ ଶୁକ୍ର ସମସ୍ତ ସୁଖ ସୁବିଧା ଉପକରଣ ଯୋଗଇଲେ ମଧ୍ୟ ଅଷ୍ଟମସ୍ଥ ଶନି ପ୍ରଭାବରେ ଉପଭୋଗ୍ୟ ନହୋଇପାରେ। କର୍ମ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।

ମିଥୁନ: ଏକାଦଶସ୍ଥ ରବି ଆତ୍ମୀୟ ମାନଙ୍କ ସଦିଚ୍ଛା ଲାଭ କରାଇ ଅଭିଳଷିତ ଦ୍ରବ୍ୟ ପ୍ରଦାନ କରିବ। ଦ୍ୱାଦଶସ୍ଥ ମଙ୍ଗଳ ବିପରୀତ ରାଜଯୋଗ ହେତୁ ଜମିଜମା, ଯାନ୍ତ୍ରିକ ଜିନିଷ, ବ୍ୟବସାୟିକ ସ୍ଥିତିକୁ ଅଗ୍ରଗାମୀ କରାଇପାରେ। ରାଶି ଓ ଚତୁର୍ଥାଧିପ ବୁଧଙ୍କ ଦୁର୍ବଳତାରୁ ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।

କର୍କଟ: ଆଜି ଏକାଧସରରେ ରବି ସଙ୍ଗକୁ ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥିତି ଅପୂର୍ବ ସୁଯୋଗ ସୃଷ୍ଟିକରି ଆପଣଙ୍କ ପାଇଁ ସ୍ମରଣୀୟ ପରିସ୍ଥିତି ଆଣିଦେବ। ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଟେନ୍‌ସନ ଲାଗିରହିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ । ପରିବାର ଭିତରେ ସୈାହାର୍ଦ୍ଦ୍ୟତା ମଧ୍ୟରେ କାମ କରି ସଦସ୍ୟମାନଙ୍କ ପ୍ରିୟଭାଜନ ହୋଇପାରିବେ। କୈାଣସି ନୂତନ ଜିନିଷ ଲାଭର ସୁଯୋଗ ପାଇପାରନ୍ତି।

ସିଂହ: ଶନି ଓ କେତୁଙ୍କ ସ୍ଥିତି ଆପଣଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରି ଭୁଲ୍‌ କାର୍ଯ୍ୟରେ ମନୋନିବେଶ କରାଇପାରେ । କେତେକ ଆକସ୍ମିକ ଅପ୍ରିତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୈାଣସି ସମସ୍ୟା ସୃଷ୍ଟି କରି ପାରନ୍ତି। ପରିବହନ, ଷ୍ଟେସନାରୀ କିମ୍ବା ଫଳ ଦୋକାନୀ ବିଶେଷ ଭାବେ ଲାଭବାନ ହେବେ।

କନ୍ୟା: ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପଦସ୍ଥ ହେବାକୁ ପଡିପାରେ। ଆଜି ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଓ ଆଳସ୍ୟ ଯୋଗୁ ପଦସ୍ଥ କର୍ମଚାରୀ ଖପ୍ପା ହେବାର ସୂଚନା ରହିଛି।

ତୁଳା: ଦୁର୍ବଳ ଭାଗ୍ୟାଧିପ ଦୁଃସ୍ଥାନଗତ ହେତୁ ସବୁ କିଛି ସୁବିଧା ଥାଇ ମଧ୍ୟ କୈାଣସି କାମ ଠିକ୍‌ ଭାବରେ ପୂର୍ଣ୍ଣାଙ୍ଗ ହେବନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ସାମଜିକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।

ବିଛା: ଆଜିର ଯାତ୍ରା ଫଳପ୍ରଦ ହେବା ସଙ୍ଗକୁ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ମନ ଖୁସୀ ରହିବ ା ପ୍ରଶାସନ, କଳା, ସାହିତ୍ୟ, ସଭାସମିତି ତଥା ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। କୈାଣସି ମହିଳାଙ୍କ ତରଫରୁ କିଛି ସମସ୍ୟା ଆସିପାରେ। ମନା କର୍ମକ୍ଷେତ୍ରରେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିପାରନ୍ତି।

ଧନୁ: ପୂର୍ବାଷାଢା ନକ୍ଷତ୍ର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗକୁ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଅନୁକମ୍ପା ମଧ୍ୟ ପାଇବେ। ଶାରୀରିକ ଅସୁସ୍ଥତା ଲାଗି ରହିପାରେ। ଆର୍ଥିକ ସ୍ଥତି ପୂର୍ବପରି ରହିବ ଓ ନିର୍ମାଣାଧୀନ କାଯ୍ୟ ସ୍ଥଗିତ ରହିବ। ଶିଳ୍ପ, ବ୍ୟବସାୟ ଓ ପରିବହନ, ପ୍ରଶାସନ, ପ୍ରକାଶନ, ପରିବହନ ପାଇଁ ଦିନଟି ବହୁତ ଭଲ।

ମକର: ଦ୍ୱାଦଶସ୍ଥ ଶନିଙ୍କ ପ୍ରଭାବରେ ଅତୀତ ଘଟଣାବଳୀର ଆଲୋଚନା କରି ବିରସମନା ରହିପାରନ୍ତି। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ସରକାରୀ ସ୍ତରରେ କୌଣସି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ।

କୁମ୍ଭ: ଧନସ୍ଥାନରେ ଶୁଭଗ୍ରହମାନଙ୍କ ପ୍ରଭାବରେ ଆପଣ ଅର୍ଥ,ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ସଭାସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ କ୍ଷେତ୍ରରେ ତଥା ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପୁରାତନ ରୋଗରେ କଷ୍ଟ ପାଇବାର ସୂଚନା ରହିଛ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ ।

ମୀନ: ରାଶିରେ ମାନସିକ ସ୍ତରକୁ ପ୍ରସନ୍ନ ରଖିବା ଗ୍ରହଙ୍କ ଅବସ୍ଥିତି ହେତୁ ମନ ଖୁସୀ ରହିବ। ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରି ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରଛନ୍ତି ବାସ୍ତବରେ ସେପରି କିଛି ହେବନି। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ, ମାତ୍ର ପରୋକ୍ଷ ଶତ୍ରୁତା ସୃଷ୍ଟି ହୋଇପାରେ।