୨୫ ଅକ୍ଟୋବର ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ
ମେଷ: ଆଜି ରବି ରେବତୀ ନକ୍ଷତ୍ରରେ ରହି ଦ୍ୱାଦଶସ୍ଥ ହେତୁ ଭ୍ରମଣର ସୁଯୋଗ ଲାଭ କରିବେ। ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ପଛେଇଯିବେ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ ।
ବୃଷ: ଏକାଦଶସ୍ଥ ଚନ୍ଦ୍ର ହେତୁ ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନଶନ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି ।
ମିଥୁନ: ମଙ୍ଗଳ ଲାଭାଧିପ ହୋଇ ଦ୍ୱାଦଶସ୍ଥ ଯୋଗୁ କୌଣସି ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରଶାସନିକ, ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆଜିର ଯାତ୍ରା, ପରିବହନ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ମାନ୍ଦା ହେବ ନାହିଁ ।
କର୍କଟ: ବୁଧ ଅଷ୍ଟମସ୍ଥ ରହି ବନ୍ଧୁମାନଙ୍କ ଦ୍ୱାରା ବିବାଦୀୟ କ୍ଷେତ୍ରରୁ ଆପଣଙ୍କ ପ୍ରାପ୍ୟ ଆଣିବାରେ ସମର୍ଥ ହେବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇପାରନ୍ତି। କର୍ମକ୍ଷେତ୍ରର କିମ୍ବା ଆନୁଷ୍ଠାନିକ କାମରେ ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବ୍ୟବସାୟ ଓ ନିର୍ମାଣ, ପରିବହନରେ ସଫଳତା ହାସଲ କରିବେ।
ସିଂହ: ବୃହସ୍ପତି ଶୁଭଭାବେ ଗୁରୁସୌରୀ ଯୋଗ ସୃଷ୍ଟିକରି ଆପଣଙ୍କୁ ଅର୍ଥ, ସମ୍ମାନ, ପ୍ରତିଷ୍ଠାଦି ଗୌରବ ବିମଣ୍ଡିତ କରିପାରନ୍ତି। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଆପଣ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ସାମାଜିକ ସ୍ତରରେ ଦୀର୍ଘଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା: ଚତୁର୍ଥସ୍ଥ ଶନି ଆପଣଙ୍କ କର୍ମକ୍ଷେତ୍ର ପାଇଁ କିଛିଟା ପ୍ରତିବନ୍ଧକ ସୃଷ୍ଟିକଲେ ମଧ୍ୟ ପାରିବାରିକ ଜୀବନ ପାଇଁ କୌଣସି ଅସୁବିଧା ରହିବ ନାହିଁ। ସ୍ବକୀୟ କାର୍ଯ୍ୟଦକ୍ଷତା ହେତୁକ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ଅନୁକମ୍ପା ଲାଭ କରିପାରନ୍ତି। ବିଶେଷ କାରଣରୁ ଖର୍ଚ୍ଚାନ୍ତ ସାଙ୍ଗକୁ ମନସ୍ତାପ କରିବାକୁ ପଡିପାରେ ା ସାମାଜିକ ସ୍ତରରେ ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ ।
ତୁଳା: ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। ନିଜ ଲୋକଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତାରେ ରହିବାକୁ ପଡିବାର ସୂଚନା ରହିଛି। ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ।
ବିଛା: ଦୈହିକ ସୁସ୍ଥତା ସାଙ୍ଗକୁ ନୂତନ କର୍ମରେ ଅନୁ ପ୍ରବେଶ ମନର ସ୍ଥିତିକୁ ସଂଯମିତ ରଖିବ । ସାଙ୍ଗ ପ୍ରଭାବରେ ପ୍ରଭାବିତ ହୋଇ କିଛି ମନ୍ତବ୍ୟକୁ କେନ୍ଦ୍ରକରି ଜଣେ ବୟସ୍କ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରି ପାରନ୍ତି । ଯାତ୍ରାରେ କିମ୍ବା କିଣାବିକାରେ ସତର୍କ ନ ହେଲେ ଠକେଇର ଶିକାର ହୋଇପାରନ୍ତି। ବନ୍ଧୁ, ପରିଜନଙ୍କ ସାହାଯ୍ୟ ଦ୍ୱାରା ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ଧନୁ: ଆଜିର ଶୁଭଯୋଗ ପ୍ରଭାବରେ ଆପଣଙ୍କର କୌଣସି କାମ ଅଟକି ରହିବନାହିଁ। କିନ୍ତୁ ମୂଳା ନକ୍ଷତ୍ର ସକାଶେ ପାରିବାରିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିବାର ସୂଚନା ମଧ୍ୟ ରହିଛି ।
ମକର: ଆଜି ଜନୈକ ବନ୍ଧୁଙ୍କ ମାଧ୍ୟମରେ କୌଣସି ଶୁଭଖବର ମନକୁ ଆମୋଦିତ କରିବାର ସୂଚନା ରହିଛି। ଆପଣଙ୍କ ପ୍ରତ୍ୟେକ କାମ ସକାଶେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ସାମୟିକ ଭାବେ ଆମତ୍ୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ପୁରାତନ ରୋଗର ନିରାକରଣ ସକାଶେ ମାନସିକ ବ୍ୟଗ୍ରତା ସୃଷ୍ଟି ହୋଇପାରେ।
କୁମ୍ଭ: ବୁଧଙ୍କ ପ୍ରଭାବରେ ଅପ୍ରିୟସତ୍ୟ ଭାଷଣ ହେତୁ ଆତ୍ୟସ୍ବଜନ ଦୂରେଇ ଯାଇପାରନ୍ତି। ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପ୍ରତିବନ୍ଧକ ଲାଗିରହିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ପଡୋଶୀ ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମୀନ: ଶୁଭାଶୁଭ ମିଶ୍ରିତଫଳ ଆଜି ଦିନଟିରେ ଅନୁଭୂତ ହେବ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ। ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। ତରବରିଆ ଭାବେ କୌଣସି କାମ ନ କରି ଦେଖି ଚାହିଁ ପଦକ୍ଷେପ ନିଅନ୍ତୁ।