୧୧ ଜାନୁଆରୀ ୨୦୨୦ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଷଡାଷ୍ଟକ ସ୍ଥିତିରେ ଚନ୍ଦ୍ର ଓ ମଙ୍ଗଳ ମନ ଅନୁଯାୟୀ କାମ ହାସଲରେ ପ୍ରତିବନ୍ଧକ ସୃଷ୍ଟିକରିବେ। ଶୁକ୍ର ପ୍ରଭାବରେ କଳାନୁରାଗୀ, ସଂଗୀତ ପ୍ରିୟତା, ସାହିତ୍ୟରସିକ ଓ ଚଳଚ୍ଚିତ୍ର ପ୍ରେମୀ ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ବଡ କଷ୍ଟରେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ। ବୃଷ: ମଙ୍ଗଳ ଆପଣଙ୍କୁ ଧୈର୍ଯ୍ୟ ଓ ସାହସିକତା ପ୍ରଦାନ କରି କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ କରିବ। ବନ୍ଧୁମିଳନ ସଙ୍ଗକୁ ଅର୍ଥ ଓ ସମ୍ମାନ ପାଇ
 
୧୧ ଜାନୁଆରୀ ୨୦୨୦ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଷଡାଷ୍ଟକ ସ୍ଥିତିରେ ଚନ୍ଦ୍ର ଓ ମଙ୍ଗଳ ମନ ଅନୁଯାୟୀ କାମ ହାସଲରେ ପ୍ରତିବନ୍ଧକ ସୃଷ୍ଟିକରିବେ। ଶୁକ୍ର ପ୍ରଭାବରେ କଳାନୁରାଗୀ, ସଂଗୀତ ପ୍ରିୟତା, ସାହିତ୍ୟରସିକ ଓ ଚଳଚ୍ଚିତ୍ର ପ୍ରେମୀ ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ବଡ କଷ୍ଟରେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ।

ବୃଷ: ମଙ୍ଗଳ ଆପଣଙ୍କୁ ଧୈର୍ଯ୍ୟ ଓ ସାହସିକତା ପ୍ରଦାନ କରି କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ କରିବ। ବନ୍ଧୁମିଳନ ସଙ୍ଗକୁ ଅର୍ଥ ଓ ସମ୍ମାନ ପାଇ ଖୁସୀ ମନାଇ ପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ସମୟ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ପଡିପାରେ। ଯାହା କିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ।

ମିଥୁନ: ଧନସ୍ଥାନରେ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଅର୍ଥଲାଭ କରାଇବ। କର୍ମକ୍ଷେତ୍ରରେ ଭୁଲବୁଝାମଣାର ବଶବର୍ତ୍ତୀ ହୋଇ ବିନା କାରଣରେ କଳହ ଲାଗିପାରନ୍ତି। ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରି ଅସଫଳ ହେବେ। କର୍ମ କ୍ଷେତ୍ରରେ କହିଥିବା କଥାଟିକୁ ଅନ୍ୟମାନେ ବଡ଼ ଆକାରରେ କଦର୍ଥ କରି ଚିନ୍ତା କରିପାରନ୍ତି।

କର୍କଟ: ଶୁଭ ଗ୍ରହସ୍ଥିତି ଆପଣଙ୍କୁ ନୂତନସ୍ଥାନ ପରିଦର୍ଶନ, ଲୋକସମ୍ପର୍କ ବୃଦ୍ଧି ସହ ସମ୍ମାନଜନକ ପଦବୀରେ ଅବସ୍ଥାପିତ କରିବ। କେତେକ କ୍ଷେତ୍ରରେ ଯିଏ ଯାହା କହିଲେ ମଧ୍ୟ ତାହାକୁ ଭିନ୍ନ ଅର୍ଥରେ ଗ୍ରହଣ କରି ବ୍ୟଥିତ ହେବେ। ପରିସ୍ଥିତିରେ ପଡି ବନ୍ଧୁ ବାନ୍ଧବମାନଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିବ ା ଖୋଜୁଥିବା ଜିନିଷଟିର ସନ୍ଧାନ ସନ୍ଧ୍ୟା ସମୟରେ ପାଇବେ ।

ସିଂହ: ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ନୂଆ ନୂଆ କାମ କରିବା ସକାଶେ ମନରେ ଭାବନା ଜାଗ୍ରତ କରାଇବ ା ଉଚ୍ଚାରୋହୀ ରବିଙ୍କ ଯୋଗୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟ, ସଭାସମିତି, ଜନମଙ୍ଗଳ କାର୍ଯ୍ୟ ପ୍ରଭୃତିରେ ମନୋନିବେଶ କରିପାରନ୍ତି। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିପାରନ୍ତି।

କନ୍ୟା: ମୁଖଭାବରେ ଚନ୍ଦ୍ର ଯେ କୌଣସି ଅସଜଡା ପରିସ୍ଥିତିକୁ ସଜାଡି ନେବାରେ ସମର୍ଥ ହେବେ। କିନ୍ତୁ ସପ୍ତମସ୍ଥ ରବି ହେତୁ ଆଜି ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବ ନାହିଁ। ଟେନସନ୍‌ କିଛି ମାତ୍ରାରେ ଲାଗିରହିବ କିନ୍ତୁ ଯାହା ଚିନ୍ତା କରୁଛନ୍ତି ସେଥିରେ ସଫଳତା ପାଇବେ ।

ତୁଳା: ଚରରାଶିସ୍ଥ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ। ବୃହସ୍ପତି ଅଷ୍ଟମସ୍ଥାନସ୍ଥ ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ବ୍ୟବହାରିକ ସ୍ଥିତି ବଦଳିଯାଇପାରେ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବାରେ ସଫଳ ହେବେ। ସଭାସମିତି, ଶିକ୍ଷା, ପରୀକ୍ଷା,ବିଦେଶ ଯାତ୍ରା ପ୍ରଭୃତି ସଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ।

ବିଛା: ଚନ୍ଦ୍ର ଓ ବୃହସ୍ପତି ଦୁଇପାପଗ୍ରହ ମଧ୍ୟସ୍ଥ ହୋଇ ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରନ୍ତି। ଫଳରେ ଆପଣଙ୍କ ବିଚାରଧାରା ଓ କାର୍ଯ୍ୟପ୍ରଣାଳୀରେ ବ୍ୟତିକ୍ରମ ସୃଷ୍ଟିର ଆଶଙ୍କା ପରିଲକ୍ଷିତ ହେବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କଲେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି।

ଧନୁ: ରାଶିରେ ଶନି ପ୍ରଭାବରେ ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଆଜି ଅପରାହ୍ନରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଜମିଜମା, ପରିବାର, ବନ୍ଧୁଙ୍କ ସହ ଆଲୋଚନା ଓ ଯାତ୍ରା, ବାଣିଜ୍ୟାଦି ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

ମକର: କେତୁ ଓ ଶନି ଆପଣଙ୍କ ଦୈହିକ ସୁସ୍ଥତାକୁ ବିଗାଡି ଦେଇପାରନ୍ତି। କିନ୍ତୁ ଚନ୍ଦ୍ର ଓ ମଙ୍ଗଳ ପ୍ରଭାବରେ ମାନସିକ ଧୈର୍ଯ୍ୟ ପରିସ୍ଥିତିକୁ ବହୁଳାଂଶରେ ସାହାଯ୍ୟ କରିବ। କିଛି ନ ବୁଝି ନ ଶୁଝି କୌଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ।

କୁମ୍ଭ: ଆଜିର ଗ୍ରହସ୍ଥିତି ପ୍ରତ୍ୟେକ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ପରିବାର, ଅର୍ଥସମ୍ପର୍କ, ବନ୍ଧୁଙ୍କ ସହ ଯୋଗାଯୋଗ ପ୍ରଭୃତି ବେକାର ଯିବନାହିଁ। ସଭାସମିତି, ଆନୁଷ୍ଠାନିକ କାମ, ସାହିତ୍ୟ, କଳା, ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତିର ସମାଧାନ ସଙ୍ଗକୁ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।

ମୀନ: କର୍ମକ୍ଷେତ୍ରରେ ଆପୋଷ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ରାଶିସ୍ଥ ରବି ଓ ଭାଗ୍ୟସ୍ଥ ବୃହସ୍ପତି ଯୋଗୁ ନୂତନ ଯୋଜନା କାଯର୍‌ୟକାରୀ କରିବା ସକାଶେ ଚିନ୍ତା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ, ଦୂରଯାତ୍ରା, ବ୍ୟବସାୟ,ବନ୍ଧୁଙ୍କ ସହ ଆଲୋଚନା ମନ୍ଦ ହେବନି। ଆଜିର ଯାତ୍ରା, ଭ୍ରମଣ ଓ ମୂଲ୍ୟବାନ୍‌ ଦ୍ରବ୍ୟଲାଭରୁ ଖୁସୀ ରହିପାରନ୍ତି।