୭ ଜାନୁଆରୀ ୨୦୨୦ ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆଜି ଉତ୍ତରାୟଣ ମଧ୍ୟରେ ଚନ୍ଦ୍ରଙ୍କ ସମେତ ଛଅଟି ଗ୍ରହ ଅବସ୍ଥାନ କରି ଆପଣଙ୍କୁ ଉନ୍ନତ ଚିନ୍ତା,ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ବୃଷ: କାର୍ଯ୍ୟବ୍ୟସ୍ତତା କ୍ରମଶଃ ବୃଦ୍ଧି ପାଉଥିବାରୁ ମାନସିକ କ୍ଷେତ୍ର ଗରମ ରହିପାରେ। ଫଳରେ କେତେକ ବ୍ୟତିକ୍ରମ ସଦୃଶ ନିଜ ପରିସରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିଯିବ। ସାଧାରଣ କଥାରେ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି କିମ୍ବା କହୁଥିବା କଥାକୁ ବିରୋଧ କରି ପାରନ୍ତି। ଧନପ୍ରାପ୍ତି ସକାଶେ ଅନ୍ୟମାନଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
ମିଥୁନ: ରାହୁଙ୍କ ପ୍ରଭାବରେ ମନ ଅଶାନ୍ତ ରହିବ ସିନା କୌଣସି କାମ ସ୍ଥଗିତ ରହିବ ନାହିଁ। ଭଲ ସମ୍ପର୍କ ଥିବା ବନ୍ଧୁଟି ହଠାତ୍ ଭୁଲ୍ ବୁଝି ଅଭିମାନ କରିପାରନ୍ତି। ପରିସ୍ଥିତିର ତାଡ଼ନାରେ ଆକସ୍ମିକ ଭାବେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅପରାହ୍ନେ ଆଶା କରିଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ସାଧିତ ହେବ।
କର୍କଟ: ଆଜି ଧନାଧିପତିଙ୍କ ସହ ରାଶ୍ୟାଧିପତିଙ୍କ ମିଳନ ଅର୍ଥଲାଭ ପାଇଁ ସୁଯୋଗ ସୃଷ୍ଟି କରିବ। କିନ୍ତୁ ସମୟେ ସମୟେ ଅନ୍ୟମନସ୍କ ହେତୁ କେତେକ ଭୁଲ୍ କରିବେ, ବିଭିନ୍ନ ପ୍ରକାରର ଚିନ୍ତା ସକାଶେ ଇଚ୍ଛା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କୁ ଆପ୍ୟାୟିତ କରିବା ସକାଶେ ବିଭିନ୍ନ ପ୍ରକାରର ମନଗଢ଼ା କଥା କହି ପାରନ୍ତି।
ସିଂହ: ଚନ୍ଦ୍ରଙ୍କ ଦ୍ୱାରା ସୃଷ୍ଟ ବିପରୀତ ରାଜଯୋଗ ଅର୍ଥପ୍ରାପ୍ତି ସଙ୍ଗକୁ ପରିବାର ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆଲୋଚନା କାଳରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୁଃଶ୍ଚିନ୍ତାର କାରଣ ହୋଇପାରେ। ସଭାସମିତିରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
କନ୍ୟା: ରାଶିପ୍ରତି ରବି ଚନ୍ଦ୍ର ଓ ଶନିଙ୍କ ଦୃଷ୍ଟି ହେତୁ କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଅବସାଦ ଦେଖାଦେଇପାରେ। ନିଜ ପରିସରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ଯାହାକି ସମସ୍ୟା ଆନୟନ କରିବ। ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିପାରନ୍ତି।
ତୁଳା: ଆପଣଙ୍କ ପାଇଁ ନୂତନ କର୍ମାରମ୍ଭ ଓ ଯାତ୍ରା ପ୍ରଭୃତି ବିଶେଷ ପ୍ରତିକୂଳ ହେବ ନାହିଁ। କିନ୍ତୁ ସମସ୍ୟା ମଧ୍ୟରେ ବୁଡି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିପାରେ। ତଥାପି ଆଜି ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଗହଣରେ ମଉଜିଆ କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ।
ବିଛା: ଭାଗ୍ୟ କର୍ମାଧିପ କୋଣଭାବରେ ରହିଥିବାରୁ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ ଅତିବାହିତ ହେବ। ଏକ ଭିନ୍ନ ପରିସ୍ଥିତିରେ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ବନ୍ଧୁଙ୍କ ପାରିବାରିକ ବିଷୟ ଚିନ୍ତାକରି ମନର ଭାବ ପ୍ରବଣତାରେ ଭରି ଆବଶ୍ୟ ଅନ୍ୟମାନଙ୍କୁ ଆପଣେଇ ନେବେ। ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ ।
ଧନୁ: ଆଜି ତୃତୀୟସ୍ଥ ବୁଧ ଓ ଶୁକ୍ର ପ୍ରଭାବରେ ପଡ଼ୋଶୀଙ୍କ ସମ୍ପର୍କ ନିବିଡ଼ ହୋଇପାରେ। କୌଶଳ ପ୍ରୟୋଗ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ ଆଦାୟ କରିବାରେ ସଫଳ ହେବେ। ମାତ୍ର ପରିବାରରେ ହଠାତ୍ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବ। ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
ମକର: ଧନ ସ୍ଥାନରେ ବୁଧ ଓ ଶୁକ୍ର ଚନ୍ଦ୍ରଙ୍କ ଦ୍ୱାଦସ୍ଥ ଯୋଗୁ ମନ ଅନୁଯାୟୀ କାର୍ଯ୍ୟ ହାସଲ ନ ହୋଇପାରେ। ଅବଶ୍ୟ ଆର୍ଥିକ ଉନ୍ନତି ଘଟିବ କିନ୍ତୁ ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
କୁମ୍ଭ: ଗ୍ରହସ୍ଥିତିର ଅନୁକୂଳତା ପ୍ରାପ୍ତ ହୋଇ ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ କରିପାରିବ। ଆପଣ ସାଂଗଠନିକ କାମ, ପରିବହନ, ରାଜନୀତି, ଆଇନ, ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ। କର୍ମକ୍ଷେତ୍ରରେ ସାମୟିକ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିପାରନ୍ତି।
ମୀନ: ଅମାବାସ୍ୟାର ଘନ ଅନ୍ଧକାର ରାଶିକୁ ଆବୋରି ବସିବାକୁ ଯାଉଥିବାରୁ ଆପଣ ଦୈହିକ ଓ ମାନସିକ ସ୍ତରରେ ଦିଗହରା ହୋଇପାରନ୍ତି। ଆଜି ଏକ ସାଧାରଣ କଥାର ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ।