୯ ଜାନୁଆରୀ ୨୦୨୦ ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆଜି ସ୍ବନକ୍ଷତ୍ରସ୍ଥ ଶୁଭଚନ୍ଦ୍ର ସାମଗ୍ରୀକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାତ୍ପଦ ହେବେ ନାହିଁ। ତଥାପି ଖର୍ଚ୍ଚଭାରର ଆଧିକ୍ୟ, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବାର ସୂଚନା ରହିଛି। ସମ୍ପର୍କୀୟମାନେ ମାନସିକ ଆଘାତ ଦେଇପାରନ୍ତି। ଅବଶ୍ୟ ଠିକ୍ ସମୟରେ ଠିକ୍ ନିଷ୍ପତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ପ୍ରଯତ୍ନ କରିବେ।
ବୃଷ: ଆଜି ଭାଗ୍ୟସ୍ଥ ଚନ୍ଦ୍ର ଓ କର୍ମଭାବସ୍ଥ ଶୁକ୍ରଙ୍କ ସ୍ଥିତି ଆପଣଙ୍କ କଥା ଓ କାମକୁ ସରସ, ସୁନ୍ଦର କରିପାରିବ। ଯେଉଁ କାମରେ ମୁଣ୍ଡ ପୁରାଇଛନ୍ତି, ଆପଣଙ୍କ ବୁଦ୍ଧିମତା ହିଁ ସେହିକ୍ଷେତ୍ର ସକାଶେ ଅନୁକୁଳ ପରିବେଶ ସୃଷ୍ଟି କରିବ। ଆଜି ଆପଣ ଯେମିତି, ଯାହା ଚାହୁଁଛନ୍ତି ତାହାତ ନିଶ୍ଚିତ ପାଇବେ ମାତ୍ର ଭଲ ପାଇବାକୁ କେନ୍ଦ୍ରକର କୈାଣସି ସମସ୍ୟାରେ ଜଡିତ ହୋଇ ପାରନ୍ତି।
ମିଥୁନ: ରାହୁ ଦେବଗୁରୁଙ୍କ ନକ୍ଷତ୍ରରେ ଗୁରୁଚାଣ୍ଡାଳ ଯୋଗର ଫଳଭଳି ବିପରୀତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇ ବୁଲିବେ। ବନ୍ଧୁଙ୍କୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତେଜନା ମୂଳକ ହୋଇପାରେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ।
କର୍କଟ: ଛୋଟବଡ ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ମନର ପ୍ରଫୁଲ୍ଲତା କମିବ ନାହିଁ। ଆପଣ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରପାରିବେ। ଜମା ପଟୁ ନ ଥିବା ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ।
ସିଂହ: ରବିଙ୍କ ସ୍ଥାନସ୍ଥିତିରୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗତି କରିବାକୁ ବାଧ୍ୟ ହେବେ। କିନ୍ତୁ କୌଶଳରେ କାମ ହାସଲ କରିବା ବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। ଟଙ୍କା କିମ୍ବା ଦରକାରୀ କାଗଜପତ୍ର କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ରହିପାରନ୍ତି। ବିଦେଶ ଯାତ୍ରାକୁ ମନବଳାଇ ପାରନ୍ତି।
କନ୍ୟା: ପାପଗ୍ରହଙ୍କ କୁପ୍ରଭାବରୁ ନିଜର ଭୁଲବୁଝାମଣା ଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରି ପାରନ୍ତି। ନିଜ ପରିସରରେ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡିବା ଠିକ୍ ହେବନାହିଁ। ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି।
ତୁଳା: କେତେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ନିଜ ପାଖରେ ରହୁଥିବା ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରୁହନ୍ତୁ ନତୁବା ଅସୁବିଧାରେ ପଡିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବାନ୍ଧବୀଟି କ୍ରମଶଃ ଦୂରେଇ ଯିବ। ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ।
ବିଛା: ପ୍ରତ୍ୟେକ କ୍ଷେତ୍ରରେ କିଛି କହିବା ଓ କରିବା ପୂର୍ବରୁ ଭାବିଚିନ୍ତି କରିବା ଭଲ ହେବ। ଅନ୍ୟଥା ଦ୍ୱିତୀୟସ୍ଥ ପାପଗ୍ରହ ପ୍ରଭାବରୁ ପରିସ୍ଥିତି ବଦଳିଯାଇ ମରିଚିକା ପଛରେ ଦୈାଡି ପାରନ୍ତି। ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ମାନସିକ ଅସ୍ଥିରତା ସହ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ଧନୁ: ପାପଗ୍ରହ ରାଶିସ୍ଥ ହେତୁ ନିଜକୁ ସମ୍ଭାଳି ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନତୁବା ନିଜକୁହିଁ ଅପମାନିତ ହେବାକୁ ପଡିପାରେ। ବିଭିନ୍ନ ସମସ୍ୟା ଭିତରେ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହେବାର ସୂଚନା ରହିଛି । ତେଣେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣା ଓଟରା ଲାଗିପାରେ।
ମକର: ଶୁଭଚନ୍ଦ୍ର ହେତୁ ମାନସିକ ପ୍ରସନ୍ନତା ସହ ଦିନଟିରେ ଅର୍ଥ ଲାଭ ଓ ବନ୍ଧୁ ମିଳନରୁ ଖୁସୀ ରହିବେ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍ରେ ସମୟ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ଖଳ ଲୋକ ମାନଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। କିନ୍ତୁ ସାମୟିକ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ।
କୁମ୍ଭ: ନିଜର ଆଳସ୍ୟ ଓ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧର୍ଯ୍ୟ ହୁଅନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟରେ ଲାଭବାନ ହେବେ କିନ୍ତୁ ପ୍ରତିବନ୍ଧକରୁ ମୁକ୍ତ ହୋଇପାରିବେ ନାହିଁ।
ମୀନ: ବୃହସ୍ପତିଙ୍କ ଶୁଭ ଦୃଷ୍ଟି ସକଳ ସମସ୍ୟାରୁ ମୁକ୍ତ କରିବା ସମୟରେ ରାହୁ ଓ କେତୁ ବିଭିନ୍ନ ବାଟରେ ହଇରାଣର ମସୁଧା କରିପାରନ୍ତି। ଅତୀର ଘଟଣାକୁ ନେଇ ଯେତିକି ଯେତିକି ଅଧିକ ଭାବୁଥିବେ ସେତିକି ସେତିକି ମନଟା ଅଧିକ ଖରାପ ଲାଗିବ। ଫାଇଲ୍ କାମ ବୃଦ୍ଧି ପାଇବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିପାରେ।